xmas

ବୌଦ୍ଧରେ ହେବ ଅଲେଖ ମହିମା ଧର୍ମର ପ୍ରଚାର ପ୍ରସାର

ବୌଦ୍ଧ: ଅଲେଖ ମହିମା ଶରଣଂ ବୌଦ୍ଧ ଜିଲ୍ଲାର ସାଧୁସନ୍ଥ ଏବଂ ଭକ୍ତ ମାନକଂର ଆହ୍ବାନ କ୍ରମେ ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ଗ୍ରାମଠାରେ କୌପୀନିଧାରି ମହିମା ସମାଜର ଭକ୍ତ ମାନଙ୍କର ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ହୋଇଥିଲା। ବିଭିନ୍ନ ବିଷୟକୁ ଆଲୋଚନା କଲା ପରେ ଏହି ବୈଠକରେ ଜିଲ୍ଲାସ୍ତରର ଭୀମଭୋଇ ସେବା ସଘଂ କୌପୀନିଧାରି ମହିମା ସମାଜ, ବୌଦ୍ଧରେ ଏକ କମିଟି ଗଠନ କରାଗଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ଶିବ ଭକ୍ତ ଙ୍କୁ ସଭାପତି ଦାଇତ୍ଵ ଦିଆଗଲା। ଏବଂ ଅଲେଖ ଧର୍ମର ପ୍ରଚାର କରିବା ପାଇଁ ସର୍ବସମ୍ମତି କ୍ରମେ ଗାନ୍ଧିନଗରଠାରେ ଏକ ଜିଲ୍ଲାସ୍ତରୀୟ ମଠ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା। ବୈଠକରେ ଉପସ୍ଥିତ ଥିଲେ ତପନ ବାବା, ସନ୍ତୋଷ ବାବା, ଜଗବନ୍ଧୁ ଦାସ, ନରେନ୍ଦ୍ର ଭକ୍ତ, ପ୍ରବାସି ଭକ୍ତ, ଅଚ୍ୟୁତାନନ୍ଦ ଭକ୍ତ, ସୁରଥ ଭକ୍ତ, ନୟନା ମାତା, ମହିମା ମାତା, ନିଳାନ୍ଚଳ ଭକ୍ତ, ହିଂମାଶୁ ଭକ୍ତ, ସତ୍ୟ ଭକ୍ତ, ବିଚିତ୍ର ଭକ୍ତ, ସମ୍ଭୁନାଥ ଭକ୍ତ, ଉଗ୍ରସେନ ଭକ୍ତ, ସଦାନନ୍ଦ, ଅଶୋକ ଭକ୍ତ। ଶେଷରେ ସଘଂର କୋଷାଧ୍ୟକ୍ଷ ଡାକ୍ତରୀ ଭକ୍ତ ସମସ୍ତ ଭକ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.