xmas

ଦେବବ୍ରତ ସ୍ମୃତିରେ ଚିତ୍ରାଙ୍କନ ପ୍ରତିଯୋଗିତା, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଫୁଲବାଣୀ: ଦେବବ୍ରତ ସାହୁଙ୍କ ସ୍ମୃତି ଉଦେଶ୍ୟରେ ଏଜେ ଓ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ଦେବବ୍ରତ ସାହୁ ନବମ ଶ୍ରେଣୀ ଛାତ୍ର ଥିଲେ। ସେ ଏକ ମେଧାବୀ ଛାତ୍ର ଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଅତି ଆପଣାର ଥିଲା ଦେବବ୍ରତ । ହୃଦ ରୋଗରେ ଦେବବ୍ରତର ଅକାଳ ମୃତ୍ୟୁ ଘଟିଥିଲା । ଫଳରେ ଦେବବ୍ରତ ସ୍ମୃତି ଉଦେଶ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ମୁଖ୍ୟ ଅତିଥି, କନ୍ଧମାଳ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚର ପୂର୍ବତନ ସଦସ୍ୟ ସନ୍ତୋଷ ଡିଗଲ, ଏଜେଓ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦିଲୀପ କୁମାର ସାହୁ ଓ ଦେବବ୍ରତର ପିତା ତଥା ସରକାରୀ ଓକିଲ ସୌମେନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁସ୍ତକ, ଡିକ୍ସନାରୀ, ଖାତା ଓ ପେନ ଆଦି ପୁରସ୍କାର ପ୍ରଦାନ କରିଥିଲେ । ଦୀର୍ଘ ତିନିବର୍ଷ ହେଲା ଏହି ପ୍ରତିଯୋଗିତା ହୋଇ ଆସୁଅଛି। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ବର୍ଗତ ଦେବବ୍ରତର ପିତା ସୌମେନ୍ଦ୍ର ସାହୁ ପୁଅକୁ ଦେଖୁଛନ୍ତି ବୋଲି କହି ଛାତ୍ର ଛାତ୍ରୀଙ୍କର ଉତ୍ତରୋତ୍ତର କାମନା କରିଥିଲେ ।

Leave A Reply

Your email address will not be published.