xmas

ଚନ୍ଦ୍ରଶେଖର ହେଲେ କୋରାପୁଟ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ

କୋଟପାଡ: ଆଜି ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଠିକ୍ ସମୟରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀଙ୍କୁ ତୋଫା ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସହରରେ ପ୍ରଶଂସାର ସୁଅ ଲାଗିଛି । କିଛି ଦିନ ପୂର୍ବରୁ ବିଧାୟକ କଂଗ୍ରେସରୁ ବିଜେଡିକୁ ଡେଇଁ ଥିଲେ ତାହାର ପୁରସ୍କାର ସ୍ୱରୂପ ଏହା ମିଳିଥିବା ସୂଚନା ମିଳିଛି । ଏଥି ପୂର୍ବରୁ ଶ୍ରୀ ମାଝୀ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ତାପରେ ବିଧାୟକ ଏବେ ପୁଣି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମିଳିଛି । ଏହା କୋଟପାଡବାସୀଙ୍କ ପାଇଁ ଖୁସି ଖବର ଏବଂ ଏହା କୋଟପାଡର ଉନ୍ନତିରେ ସହାୟକ ହେବ ବୋଲି ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.