xmas

ଜିଲ୍ଲାସ୍ତରୀୟ ଯୁବଉତ୍ସବ କାର୍ଯ୍ୟକ୍ରମ

ଫୁଲବାଣୀ,୨୭/୦୯: ଅଦ୍ୟ ତା ୨୭/୦୯ ରିଖ ଦିନ ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ରାକେଶ କୁମାର ନାୟକ , ବ୍ଲକ ଉନୟନ ଅଧିକାରୀ ପ୍ରବୀଣ କୁମାର ବ1ଣୁଆ, ଅଧ୍ୟାପକ ବୈକୁଣ୍ଠ ନାଥ ସ୍ୱାଇଂ, ସାଂସଦ ମୁନିସିପାଲଟି ପ୍ରତିନିଧି ଜଳନ୍ଧର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହ୍ନର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନିତ କୁମାର, ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମକୁ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ୫ ଶହ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ l ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା, ମୋବାଇଲ ଫୋଟଗ୍ରାଫି, ବକୃତା, ଯୁବ ସମ୍ବାଦ, ସଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର, ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନାଭନୀତ କୁମାର ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର କାର୍ଯ୍ୟକ୍ରମ ବିଷୟରେ ତା ସହ ଯେଉଁ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଅବଗତ କରିଥିଲେ l ବୈଠକରେରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

Leave A Reply

Your email address will not be published.