xmas

କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ , ମଧ୍ୟାହ୍ନ ଭୋଜନ ଖାଇ ୭ ଛାତ୍ରଛାତ୍ରୀ ଅସୁସ୍ଥ

ଫୁଲବାଣୀ, ୨୭/୦୯: ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ l ଏଭଳି ଅଭିଯୋଗ ଆସିଛି କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପ୍ରାଥମିକ ବିଦ୍ୟାଳୟରୁ l ଏହି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ସାତଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିବା ଫଳରେ ଅବିଭାବକମାନଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନରେ ମେନୁ ଅନୁଯାୟୀ ଭାତ ସହ ସୋୟାବିନ ବଢ଼ି ତରକାରୀ ରୋଷେଇ ହୋଇଥିଲା l ସେହି ରୋଷେଇ ହୋଇଥିବା ଖାଇବା ଖାଇବା ପରେ ସାତ ଜଣ ଛାତ୍ରୀ ଦୁଇରୁ ତିନି ଥର ବାନ୍ତି କରିଥିଲେ l ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷକ ରାଜପୁତ ମଲ୍ଲିକ ଓ ଶିକ୍ଷୟତ୍ରୀ ଛବି ନାୟକ, ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଥିଲେ କିନ୍ତୁ କୌଣସି ଛାତ୍ରୀଙ୍କୁ ଡାକ୍ତରଖାନା ନେଇ ନ ଥିଲେ ସ୍କୁଲ କତୃପକ୍ଷ l ଖବର ନେବାରୁ ଜଣାପଡିଛି ଯେ ସେହି ଦିନକୁ ଆଡେ ତରକାରୀରେ ବର୍ଷା ଦିନେ ଫିମ୍ପି ମାରି କଳା ପଡ଼ିଥିବା ଖାଦ୍ୟ ଅନୁପଯୋଗୀ ସୋୟାବଢ଼ି ତରକାରୀ ହୋଇଥିଲା l ପୁଣି ତରକାରୀରେ ଶସ୍ତା ନିମ୍ନମାନର ମସଲା ଗୁଣ୍ଡ ସହ ଖରାପ ରୁଚି ଗୋଲଡ ତେଲ ବ୍ୟବହାର କରାଯାଇଥିଲା l ପ୍ରଧାନ ଶିକ୍ଷୟିତ୍ରୀ ଦେଖିଥିଲେ ଏବଂ ଜାଣିବିଥିଲେ ସୋୟାବଢ଼ି କଳାପଡି ଫିମ୍ପି ମାରିଥିବାର l ପ୍ରଧାନ ଶିକ୍ଷୟତ୍ରୀ ଜାଣି ମଧ୍ୟ କହିଲେ କଳା ପଡ଼ିଥିବା ବଢ଼ି ବାଛି ଧୋଇ ତରକାରୀ କରିଦେବାକୁ କହିଥିଲେ l ବିଦ୍ୟାଳୟର ରୋଷେଇ କରୁଥିବା ରୋଷେୟାମାନେ ମଧ୍ୟ ବଢ଼ି ଖରାପ ଥିବା ଜାଣିଛନ୍ତି l ହେଲେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷୟିତ୍ରୀ ଜାଣିଶୁଣି କହିଲେ ଖରାପ ବଢ଼ି ରୋଷେଇ କରିବା ପାଇଁ ଏହା କୋମଳ ମତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ନୁହେଁ କି? ପିଲାମାନେ ବାନ୍ତି କରିବା ସତ୍ୱେ ପିଲାମାନେ ଶ୍ରେଣୀ ଶିକ୍ଷକଙ୍କୁ ଅବଗତ କଲାପରେ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ କିପରି ଚୁପ ରହିଲେ ଏବଂ ପିଲାମାନଙ୍କୁ କାହିଁକି ମେଡିକାଲ ନ ନେଇ ବିଦ୍ୟାଳୟ ଛୁଟି ପର୍ଯ୍ୟନ୍ତ ରଖାଗଲା ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଯଦି କୌଣସି ପିଲାର ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତେ ପ୍ରଶାସନ ନା ଶ୍ରେଣୀ ଶିକ୍ଷକ ନା ପ୍ରଧାନ ଶିକ୍ଷୟିତ୍ରୀ ନା ରୋଷେୟା ନା ମଧ୍ୟାହ୍ନ ଭୋଜନ ବୁଝୁଥିବା ସ୍ଵଂୟ ସହାୟକ ଗୋଷ୍ଠୀ l ସ୍ଵଂୟ ସହାୟକ ଗୋଷ୍ଠୀ କିପରି ଫିମ୍ପି ମାରିଥିବା ବଢ଼ି ଦେଲେ ଏବଂ କିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜାଣିଶୁଣି ରୋଷଇ ପାଇଁ ଅନୁମତି ଦେଲେ l ସରକାର ନିୟମ ଅନୁଯାୟୀ ପ୍ରଥମେ ରନ୍ଧା ଖାଦ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖାଇ ପରୀକ୍ଷା କରିବା କଥା ହେଲେ ସେ ତାହା ନ କରି କିପରି ପିଲାଙ୍କୁ ସିଧାସଳଖ ଖାଇବାକୁ ଅନୁମତି ଦେଲେ ଜଣାପଡ଼ୁନି l ସିଆରସିସିଙ୍କୁ ପଚାରିବାରେ ସେ କହିଲେ ମୁ କିଛି ଜାଣିନି, କଣ ହୋଇଛି ବୁଝିବା l ଏଥିରୁ ଜଣାପଡୁଛି କୋମଳମତି ପିଲାଙ୍କ ପାଇଁ କର୍ତ୍ତୃପକ୍ଷ କେତେ ସଚେତନ ? ପିଲାଙ୍କୁ ଡାକ୍ତରଖାନା ନ ନେବା, ସୋୟା ବଢ଼ି ଖରାପ ଥିବା ଜାଣିଥିବା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି l ତେଣୁ ଜାଣିଶୁଣି ଜୀବନ ସହ ଖେଳୁଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ଏବଂ ନିମ୍ନମାନର ତଥା ଖରାପ ଜିନିଷ ଦେଉଥିବା ସ୍ଵଂୟ ସହାୟକ ଗୋଷ୍ଠୀକୁ ଦାୟିତ୍ୱରୁ ଅନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ପ୍ରଶାସନ ତୁରନ୍ତ ଏହାର କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତାଲା ପକାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.