xmas

ଅସହାୟ ରଞ୍ଜିତଙ୍କୁ ଆବାସ ଘର ମିଳିବ କେବେ ?

ଫୁଲବାଣୀ, ୨୭/୦୯: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଵିଶିପଡା ପଞ୍ଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଞ୍ଜିତ କୁମାର ବେହେରା l ଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ ଏଯାଏଁ l ଚଳିତ ଲଗାଣ ବର୍ଷା ଓ ପବନରେ ଚାଳ ଛପର ଉଡ଼ିଯିବା ସହ କାନ୍ଥ ମଧ୍ୟ ପଡିଯାଇଛି l ଖବର ପାଇ ଵିଶିପଡା ଆର ଆଇ ଅଞ୍ଜଳି ରଣା ରଞ୍ଜିତ ଘରକୁ ଯାଇ ପଲିଥିନ ଖଣ୍ଡିଏ ଦେଇଥିଲେ l ବର୍ତମାନ ରଞ୍ଜିତ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ଭାଇଙ୍କ ଘରେ ଆଶ୍ରୟ ନେଉଛନ୍ତି l ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ସରପଞ୍ଚଠୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି l ରଞ୍ଜିତ ଘର ଖଣ୍ଡିଏ ପାଇଁ ୨0୧୭ରେ ସମସ୍ତ କାଗଜ ପତ୍ର ସହ ଆବେଦନ କରିଥିଲେ l ୨0୧୯ରେ ଆବାସ ଘର ଯୋଗାଇ ଦେବା ଲାଗି ସର୍ଭେ ମଧ୍ୟ ହୋଇଥିଲା ହେଲେ ସର୍ଭେରେ ତାଙ୍କ ନା ନଥିଲା ପଞ୍ଚାୟତରେ ଥିଲା ଵାଲାଙ୍କୁ ଆବାସ ଘର ମିଳିଥିବା ବେଳେ ନଥିଲା ବାଲାଙ୍କୁ ମିଳୁନି ବୋଲି ରଞ୍ଜିତ ଅଭିଯୋଗ କରିଛନ୍ତି l ଏଣୁ ଅସହାୟ ରଞ୍ଜିତଙ୍କୁ ତୂରନ୍ତ ଘର ଖଣ୍ଡିଏ ଯୋଗାଇଦେଲେ ସେ ପରିବାରଙ୍କୁ ଧରି ଅନ୍ତତଃ ସୁଖରେ ରହିବେ ବୋଲି ରଞ୍ଜିତ କହିଛନ୍ତି l ରଞ୍ଜିତଙ୍କୁ ଘର ନମିଳିଲେ ସେ ଆସନ୍ତା ଅକ୍ଟାବର ୨ ଗାନ୍ଧୀ ଜୟନ୍ତୀ ଦିନ ଅନଶନ କରିବେ ବୋଲି ଧମକ ଦେଇଛନ୍ତି l ଏଣୁ ଫୁଲବାଣୀ ବିଡ଼ିଓ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି l

Leave A Reply

Your email address will not be published.