xmas

ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ୩ ମାସ ବୃଦ୍ଧି ‘ଗରିବ ଲୋକଙ୍କ ସାଥି ପ୍ରଧାନମନ୍ତ୍ରୀ ମୋଦି’: ସମୀର ମହାନ୍ତି

ଭୁବନେଶ୍ୱର, ତା.୨୮/୦୯: ଯଶ୍ୱସୀ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ବ୍ୟବସ୍ଥା ଲାଗି ସଦାସର୍ବଦା ତତ୍ପର ରହିଥାନ୍ତି । ଆଜି କ୍ୟାବିନେଟ୍ରେ ନରେନ୍ଦ୍ର ମୋଦି ପୁଣି ଦେଶର ୮୦କୋଟି ଗରୀବ ଲୋକଙ୍କ ଆଶ୍ୱସ୍ତି ଲାଗି ଅନ୍ନ ଯୋଜନାକୁ ୩ମାସ ବୃଦ୍ଧି କରିଛନ୍ତି । ଯାହା ସାଧାରଣ ଲୋକେ ବେଶ୍ ଉପକୃତ ହେବେ । କରୋନା କାଳରେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ ଓ ମୁଣ୍ଡ ପିଛା ୫କେଜି ଚାଉଳ ବ୍ୟବସ୍ଥା କରି ଗରିବଙ୍କୁ ସ୍ୱଚ୍ଛଳ କରିଥିଲେ । ମୋଦିଙ୍କର ଏହି ନିଷ୍ପତି ଦ୍ୱାରା ଓଡ଼ିଶାବାସୀ ଉପକୃତ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ସେହିପରି ପୂଜାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ନିରାଶ କରିନାହାନ୍ତି ମୋଦିଜୀ । କର୍ମଚାରୀଙ୍କ ଡିଏ ୪% ବୃଦ୍ଧି କରିବା ନିଷ୍ପତିରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ମୋଦିଜୀ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତା ୩୪% ରୁ ୩୮%ରେ ପଂହଚିଛି । ମୋଦିଙ୍କ ଏହି ନିଷ୍ପତିକୁ ଶ୍ରୀ ମହାନ୍ତି ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ । ‘ଗରିବ ଲୋକଙ୍କ ସାଥି ପ୍ରଧାନମନ୍ତ୍ରୀ ମୋଦି’ ବୋଲି ଆଜି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡ ଧାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ ନେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚୀରୁ ୫ ଲକ୍ଷ ୪୩ ହଜାର ୬୯୯ ଜଣ ମାଗଣାରେ ରାସନ ନେଇ ନାହାଁନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ମେ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ ଟଙ୍କା ଦେଇ ୮୮ଲକ୍ଷ ୭୬ ହଜାର ୧୬୨ ରାସନ ନେଇଛନ୍ତି । ଏହି ଯୋଜନାରେ ମଧ୍ୟ ୪ ଲକ୍ଷ ୦୭ ହଜାର ୦୩୧ଜଣ ରାସନ ନେଇ ନାହାଁନ୍ତି । ସେହିପରି ଜୁନ୍ ୨୦୨୧ରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ ଲକ୍ଷ ୨୩ ହଜାର ୦୩୪ ଜଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ଉଠାଇଛନ୍ତି । ଜୁନ୍ ମାସରେ ୪ଲକ୍ଷ ୫୪ହଜାର ୪୫୧ଜଣ ରାସନ ନେଇ ନାହାଁନ୍ତି । ଜୁନ୍ ୨୦୨୧ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ଲକ୍ଷ ୭୨ ହଜାର ୮୨୭ଜଣ ୧ ଟଙ୍କା ଦେଇ ରାସନ ନେଇଛନ୍ତି । ସେଥିରେ ମଧ୍ୟ ୪ ଲକ୍ଷ ୦୪ ହଜାର ୬୫୮ଜଣ ରାସନ ସଂଗ୍ରହ କରିନାହାଁନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାଁନ୍ତି । ଏହି ବଳକା ଭୂତ ରାସନକାର୍ଡଧାରୀ କେଉଁମାନେ ଏବଂ କେନ୍ଦ୍ର ଦେଉଥିବା ବଳକା ରାସନ ଯାଉଛି କୁଆଡେ ଏବଂ ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଓଡିଶାର କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ ପ୍ରାୟ ୯୫ ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରାଯାଇଥିଲା । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି । ଆଜି ଅନ୍ନ ଯୋଜନା ପାଇଁ ମୋଦି ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଅନ୍ନ ଯୋଜନାର ସୁଯୋଗ ଦେବା ସହ ଗରିବଙ୍କ ପ୍ରତି ଚରମ ନିଷ୍ପତି ନେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.