xmas

ପୁଣି ଏସଡିସି ଅଧ୍ୟକ୍ଷ ହେଲେ ରୋଦନ, ନଳିନୀ ଉପାଧ୍ୟକ୍ଷା

ଫୁଲବାଣୀ, ୨୮/୦୯: କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁଣି ଅଧ୍ୟକ୍ଷ ହେଲେ ରୋଦନ ମଲ୍ଲିକ ପାଖାପାଖି ଚାରିବର୍ଷ ହେଲା ଏହି ପଦବୀ ଖାଲି ପଡିଥିଲା l ଏହି ପଦବୀରେ ଦଳ କାହାକୁ ଅବସ୍ଥାପିତ କରିବ ସେ ନେଇ ଉତ୍କଣ୍ଠା ଲାଗି ରହିଥିଲା l ଏହି ପଦବୀ ପାଇଁ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର ଦୌଡରେ ଥିଲେ l ତେବେ ରୋଦନ ମଲ୍ଲିକଙ୍କ ଉପରେ ଦଳ ପୁଣି ଭରସା କରିଛି l ଏହାକୁ ନେଇ ରୋଦନଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି l ଗତ ୨୦୧୭ରେ ରୋଦନ ମଲ୍ଲିକ ଏସଡିସି ଅଧ୍ୟକ୍ଷ ଥିଲେ l ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏସଡିସି ଭାଙ୍ଗିଦେଇଥିଲେ l ଏବେ ପୁଣି ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷ ଥିବାବେଳେ ସରକାର ପୁଣି ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି l ସେହିପରି ଉପାଧ୍ୟକ୍ଷା ଭାବେ ଚକାପାଦ ବସ୍ତିଙ୍ଗିଆ ଅଞ୍ଚଳର ନଳିନୀ କହଁରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର l ନିଯୁକ୍ତି ପାଇବା ପରେ ରୋଦନ ଓ ନଳିନୀ ମୁଖ୍ୟମନ୍ତ୍ରୀ ନଵୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏତେ ବଡ଼ ଗୁରୁତ୍ୱପୁର୍ଣ ଦାୟିତ୍ୱ ମିଳିଥିବାରୁ ସେ ଆଦିବାସୀମାନଙ୍କ ଉନ୍ନତି ଦିଗରେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି l

Leave A Reply

Your email address will not be published.