xmas

ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ମନୋନୀତ ହେଲେ ସଞ୍ଜୁ ସରକାର

କାଲିମେଳା : ତା୨୮/୯କାଲିମେଳା ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ମନୋନୀତ ହେଲେ ସଞ୍ଜୁ ସରକାର । ପ୍ରଥମ ପାଳିରେ ବ୍ଲକରେ ଛାତ୍ର ସଙ୍ଗଠନକୁ ବେଶ ସୃଧୁଡ଼ କରିବାରେ ସଫଳ ହୋଇଥିବା ବେଳେ ଜିଲ୍ଲା ବିଜୁ ଜନତା ଦଳରେ ନିଜର ଛାପ ଛାଡିବାରେ ସକ୍ଷମ ହୋଇଥିଲେ ସଞ୍ଜୁ । ସଞ୍ଜୁଙ୍କ ସାଙ୍ଗଠନିକ କାର୍ଯ୍ୟଶୈଳୀ ଉପରେ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ଵ ଦେଇଛନ୍ତି ବିଜେଡି ସୁପ୍ରିମୋ ।ତେବେ ଜିଲ୍ଲା ଛାତ୍ର ବିଜେଡି ସଭାପତି ରୂପେ ଛାତ୍ରନେତା ରାଜୁ ରାଓ ମନୋନୀତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂଗଠନିକ ସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏହା ଘୋଷଣା କରିଛନ୍ତି । ଜିଲ୍ଲା ବିଜେଡି ଛାତ୍ର ସଂଗଠନ ମହଲରେ ରାଜୁ ଏବଂ ସଞ୍ଜୁଙ୍କ ନିଯୁକ୍ତିକୁ ନେଇ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ମଧ୍ୟ ସଞ୍ଜୁ କାଲିମେଳା ବ୍ଲକ ଛାତ୍ର ବିଜେଡିର ଉପସଭାପତି ରୂପେ କାର୍ଯ୍ୟ କରୁଥିଲେ । ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ଵ ମିଳିଥିବା କୁହାଯାଉଛି । ପୂର୍ବରୁ ଜିଲ୍ଲା ଯୁବ ବିଜେଡି ସଭାପତି ରୂପେ ଆଡ଼ମା ରାବାଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ରୂପେ ଜିଲ୍ଲାର ଦଳୀୟ ଯୁବନେତା ରବି ରାଜେଶଙ୍କୁ ନିଯୁକ୍ତି ମିଳିଛି । ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.