xmas

ବଙ୍ଗାଳୀ ଭାଷାଭାଷିଙ୍କୁ ଅଶ୍ଲିଳ ଗାଳିଗୁଲଜ କରିବା ଘଟଣା; ମାଲକାନଗିରି ଥାନାରେ ଏତଲା ଦେଲେ ବଙ୍ଗାଳୀ ସମାଜ

ମାଲକାନଗିରି,୨୯/୯ ଗତକାଲି ସଂଧ୍ୟାରେ ମାଲକାନଗିରିର ମନୋଜ ପଟନାୟକ ନାମକ ବ୍ୟକ୍ତି ଜଣେ ବଙ୍ଗୀୟ ସମାଜର ଅସିତ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଅଶ୍ଲିଳ ଭାଷାରେ ସମାଜକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।ସେ ଶାସକ ଦଳର ଜଣେ ଆଗଧାଡିର କର୍ମୀ ହୋଇଥିବା ବେଳେ ତାଂକ ନେତାଙ୍କୁ ନେଇ ଜଣେ ବ୍ୟକ୍ତି କିଛି ସୋସିଆଲ ମିଡିଆରେ ଲେଖିବା ପରେ ଉଗ୍ର ହୋଇ ଗାଳିଗୁଲଜକରିଥିଲେ।ତେବେ ସେ ବଙ୍ଗାଳୀଙ୍କୁ ରେଫ୍ୟୁଜି କହି ଗାଳି ଗୁଲଜ କରିବା ନେଇ ଏକ ଅଡିଓ ଏବେ ଭାଇରାଲ ହେବାକୁ ଲାଗିଛି।ଏହି ଅଡିଓକୁ ନେଇ ବଙ୍ଗାଳୀ ସମାଜ ମାଲକାନଗିରି ଥାନାରେ ଏକ ଏତଲା ଦାୟର କରିଛନ୍ତି।ବଙ୍ଗାଳୀ ସମାଜର ସଭାପତି ଗୌରାଙ୍ଗ କର୍ମକ।ରଙ୍କ ନେତୃତ୍ବରେ ଶତାଧୀକ ବଙ୍ଗାଳୀ ଲୋକ ଥାନାରେ ଏକତ୍ରୀତ ହୋଇ ମନୋଜ ନାମରେ ଏତଲା ଦାୟର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।ବଙ୍ଗାଳୀ ଭାଷାଭାଷୀଙ୍କୁ ଜାତିଗତ ଆକ୍ଷେପ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସେମାନେ ଏତଲାରେ ଦର୍ଶାଇଛନ୍ତି।ତେବେ ମନୋଜ ଯୁବ ବିଜେଡି ସଂଗଠନର ସୋସିଆଲ ମିଡିଆ ସଂଯୋଜକ ରହିଥିବାରୁ ତାଂକର ଏଭଳି ବ୍ୟବହାରରେ ଜିଲ୍ଲା ଯୁବ ସଭାପତି ତାଂକୁ ନିଳମ୍ବିତ କରିଥିବା ଜଣାପଡିଛି।ବଙ୍ଗାଳୀ ସମାଜର ସମସ୍ତ ଦଳର ଲୋକେ ଏକ ହୋଇ ମନୋଜ ବିରୋଧରେ ସ୍ବରତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା।ତେବେ ମନୋଜ କିନ୍ତୁ ତାଂକ ପ୍ରତିକ୍ରିୟା ରଖିନାହାନ୍ତି।ପୁଲିସ ଏନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.