ହର ଗୋବିନ୍ଦଙ୍କ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ, ୨୯/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତର ସାଂଗାକେତା ଗ୍ରାମର ହର ଗୋବିନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେl ହର ଗୋବିନ୍ଦଙ୍କୁ ହତ୍ୟାକରୀ କୁଆଡେ କିଛି ଲୋକ ମିଶି ଗଛରେ ଟାଙ୍ଗି ଦେଇଥିବା ମୃତ ହର ଗୋବିନ୍ଦର ପିତା ଲଣ୍ଡା ପ୍ରଧାନ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଗୁରୁବାର ପରିବାର ସମେତ ଗ୍ରାମବାସି ଫୁଲବାଣୀ ଆସି ଏସପି ଅଫିସରେ ଅଭିଯୋଗ କରିଥିଲେ l ଦାରିଙ୍ଗବାଡି ଥାନାଧିକାରୀ ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଥିଲେ l ଗ୍ରାମର ପାଖାପାଖି ୫ରୁ ୬ ଜଣଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ l

Leave A Reply

Your email address will not be published.