xmas

ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ଆଲୋଚନା

ଫୁଲବାଣୀ: ଆଜିର ଶିଶୁ କାଲିର ଭବିଷ୍ୟତ l ତେବେ ଶିଶୁମାନେ ବର୍ତମାନ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି l ଶୋଷଣର ଶିକାର ହେଉଛନ୍ତି l ଶିଶୁ ଶ୍ରମିକ, ବାଲ୍ୟ ବିବାହ ରୋକା ଯାଇପାରୁନି l ଫଳରେ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଭଳିକୁ ପ୍ରଥା ରୋକିବା ପାଇଁ ଏବେ ପ୍ରଶାସନ ଅଣ୍ଟା ଭିଡିଛି l ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ସ୍ଵାତି, ବାନାବାସୀ ସେବା ସମିତି, ସାହାରା ଭଳି ଅନୁଷ୍ଠାନକୁ ସାଥିରେ ନେଇ ପ୍ରଶାସନ ପକ୍ଷରୁ ଲୋକଙ୍କ ମଧ୍ୟରେ
ସଚେତନ ସୃଷ୍ଟି କରି ଏ ସବୁକୁ ପ୍ରଥାକୁ ସମାଜରୁ ଲୋପ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି l ବୁଧବାର ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନମାନେ ନିଷ୍ଠା ଓ ଆନ୍ତରିକତାର ସହ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତାକରଣ, ଓସିଡିପିଓ, ସୁପରଭାଇଜର ଓ ସ୍ବେଚ୍ଛାସେବୀ ସଂଗଠନମାନେ ଯୋଗଦେଇଥିଲେ l

Leave A Reply

Your email address will not be published.