ଦାରିଙ୍ଗବାଡି ଭୁସ୍ଫଳନ ଅଞ୍ଚଳ ବୁଲି ଦେଖିଲେ ବିଡି଼ଓ

ଫୁଲବାଣୀ, ୩୦/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଡ଼ଃ. ଅଶୋକ ପାତ୍ର ମିଶି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀ ପଦର ଭୁସ୍ଫଳନ ଅଞ୍ଚଳ ଗସ୍ତ କରିଛନ୍ତି l ସଂପୃକ୍ତ ଅଞ୍ଚଳର ପାହାଡ଼ ଓ ଜମି ଗତ ଲଗାଣ ବର୍ଷାରେ ଫାଟି ଆଁ ହେଇଯାଇଥିଲା l ସେହିପରି କେତକ ସ୍ଥାନରେ ପାହାଡ଼ରୁ ଅତଡ଼ା ମଧ୍ୟ ଖସିଥିଲା l ଫଳରେ ଗ୍ରାମବାସି ଭୟଭୀତ ଅବସ୍ଥାରେ ଥିଲେ l ବିଡ଼ିଓ ପାତ୍ର ଓ ତହସିଲଦାର ଦାସଙ୍କୁ ଦେଖି ଲୋକେ କିଛିଟା ଆଶ୍ୱସ୍ଥ ଅନୁଭବ କରିଥିଲେ l ଏଥିପୂର୍ବରୁ ଅତିରିକ୍ତ ତହସିଲଦାର ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଥିଲେ l ଗୁରୁବାର ବିଡ଼ିଓ ପାତ୍ର ଓ ତହସିଲଦାର ଦାସ ଘଟଣାସ୍ଥଳକୁ ଯାଇ ପୁଂଖାନୁପୁଙ୍ଖ ଯାଞ୍ଚ କରିବା ସହ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ l ତେବେ ଏହା ଏକଟେକ୍ନିକାଲ ଏକ୍ସପାର୍ଟ ଟିମ ଦ୍ୱାରା ଯାଞ୍ଚ କରାଗଲେ ଏଭଳି କାଁହିକି ହେଉଛି ଓ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଏ ସ୍ଥାନ ନିରାପଦ କି ନାହିଁ ଜଣାପଡ଼ିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଥିଲେ l ତେବେ ଏ ସମ୍ପର୍କରେ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ ବୋଲି କୁହାଯାଇଛି l କୁମ୍ଭାରୀପଦର ଗ୍ରାମରେ ଶହେରୁ ଉର୍ଦ୍ଧ ପରିବାର ରହୁଛନ୍ତି l ଜନସଂଖ୍ୟା ପାଞ୍ଚଶ ପାଖାପାଖି l ଏଣୁ ଏମାନଙ୍କ ସୁରକ୍ଷା ଜରୁରୀ ବୋଲି ସରପଞ୍ଚ କହିଛନ୍ତି l ବିଡ଼ିଓ ପାତ୍ରଙ୍କ ସହ ସରପଞ୍ଚ ମଧ୍ୟ ଅଞ୍ଚଳଗସ୍ତ କରି ଥିଲେ l ଏହାପରେ ଉଭୟ ଅଧିକାରୀ ସମ୍ପୃକ୍ତ ଅଞ୍ଚଳରେ ଥିବା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ l ହାତୀମୁଣ୍ଡା ଭଳି ଏକ ମାଓ ତଥା ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଥିବାରୁ ଗ୍ରାମବାସୀ ଖୁସିବ୍ୟକ୍ତ କରିଥିଲେ l ବିଡ଼ିଓ ପାତ୍ର ଦାଇତ୍ୱ ନେବାର କମ ସମୟ ମଧ୍ୟରେ ଦାରିଙ୍ଗବାଡି ଭଳି ସବୁଠୁ ବଡ଼ ବ୍ଲକ ଅଞ୍ଚଳରେ ଆଖି ଦୃଶିଆ ଉନ୍ନୟନ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.