ସୋଆରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଭୁବନେଶ୍ୱର , ୩୦/୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ମଙ୍ଗଳବାର ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଏସ୍‌ଏଚ୍‌ଏମ୍‌ର ଡିନ୍ ଇନ୍‌ଚାର୍ଜ ପ୍ରଫେସର ସପନ କୁମାର ସଢ଼ୁଆଲ୍ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ପ୍ରବନ୍ଧ ଲେଖନ, ବକ୍ତୃତା, କୁଇଜ୍‌, ପୋଷ୍ଟର୍ ମେକିଂ ଏବଂ ରଙ୍ଗୋଲୀ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେଇଥିଲେ ।

କରୋନା ମହାମାରୀ ପରେ ବିଶ୍ୱର ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରୁଥିବା ବେଳେ ଏ କ୍ଷେତ୍ରରେ ଅନେକ ପରିବର୍ତନର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ପ୍ରଫେସର ସଢ଼ୁଆଲ କହିଥିଲେ ।

ଏହି ପରିପ୍ରେକ୍ଷୀରେ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଆଗାମୀ ଭବିଷ୍ୟତରେ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସଶକ୍ତ ଏବଂ ଉନ୍ନତ କରିବା ନେଇ ମତ ଦେଇଥିଲେ । ସାଧାରଣ ଲୋକଙ୍କ ପାଇଁ କିଭଳି ସୁବିଧା ସୃଷ୍ଟି କରାଯାଇପାରିବ ସେ ନେଇ ପ୍ରଫେସର ଚଇନି ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ଏହି ଅବସରରେ ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉପସ୍ଥିତ ଥିଲେ । ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.