ଗାର୍ଡିଙ୍ଗିଆ ପଞ୍ଚାୟତରେ ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନ

ଫୁଲବାଣୀ, ୦୧/୧୦: ଅନ୍ତରଙ୍ଗ ଯୁବ ମହାସଂଘର ଏକ ପ୍ରକ୍ରିୟା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଦ୍ବାରା କନ୍ଧମାଳ ଜିଲ୍ଲାର, ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଞ୍ଚାୟତର ମଣ୍ଡାଗୁଡ଼ା, ସାଳାଙ୍ଗିଆ ଓ ଗଣ୍ଡାନାଯୁରେ ଆଜି ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ୧୨ ଦିନିଆ ତଥା ଅକ୍ଟୋବର ୨୮ ତାରିଖଠାରୁ ଆରମ୍ଭ କରାଯାଇଛି ଏବଂ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଦଶହରା ଛୁଟିରେ କିଶୋରୀ ବାଳିକା ଓ କିଶୋର ବାଳକ, ପିତାମାତା ଓ ଅଭିଭାବକମାନଙ୍କୁ ବାଲ୍ୟ ବିବାହରକୁ ପରିଣାମ ବିଷୟରେ ଅବଗତ ଓ ବାଲ୍ୟ ବିବାହ ଆଇନ ବିଷୟରେ ସଚେତନତା କରାଯାଉଛି। ସମାଜରେ ପ୍ରଚଳିତ ଥିବା କୁପ୍ରଥାକୁ ଦୂର କରିବା ଏବଂ କନ୍ୟା ସନ୍ତାନ ସୁରକ୍ଷା, ଶିକ୍ଷା, ସ୍ଵାସ୍ଥ୍ୟଗତ ଅଧିକାର, ଶାରୀରିକ ଓ ମାନସିକ ବିଷୟରେ ଆଲୋଚନା କରି ଗାଁରେ ପ୍ଲାକାର୍ଡ ଧରି ରାଲି କରାଯାଇଛି। ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଦସ୍ୟା ଓ ସଦସ୍ୟା, ଅଞ୍ଚଳର ମହିଳା, କିଶୋରୀ ବାଳିକା, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.