xmas

ଦଶହରା ପାଇଁ ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ

ମାଲକାନଗିରି, ୧।୧୦ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦରରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛିା ମାଥିଲି ଥାନା ଆଇଆଇସି ସୁର୍ଯ୍ୟପ୍ରକାଶ ନାୟକଙ୍କ ନେତୃଚତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ ଥାନା ପରିସରରୁ ବାହାରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲ।। ପୋଲିସର ସମସ୍ତ କର୍ମଚାରୀଙ୍କ ସମେତ ଆଇ.ଆର୍‌.ବି. ଜବାନମାନେ ଏଥିରେ ସାମିଲ ହୋଇଥିଲୋ ଆସନ୍ତା ଦଶହରାରେ କିପରି ମାଥିଲି ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ତାହାକୁ ଦୃଷ୍ଟିରେ ରଖି ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲ।। ଫ୍ଲାଗ ମାର୍ଚ୍ଚକୁ ମାଥିଲି ଦଶହରା ପୂଜା କମିଟିର ସଦସ୍ୟମାନେ ସ୍ୱାଗତ କରିବା ସହ ମାଥିଲିରେ ଦଶହରା ଶାନ୍ତିପୂର୍ଣ ଭାବେ ପାଳନ କରିବାକୁ ଉଦ୍ୟମ ହେଉଥିବା ପୋଲିସ ଅଧିକାରୀଙ୍କୁ ଜଣାଇଥିଲୋ ମାଥିଲି ପରେ ଗୋବିନ୍ଦପାଲ୍ଲୀରେ ମଧ୍ୟ ଅନୁରୂପ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲ।। ଏଠାରେ ବଜାର ଛକରୁ ପୋଲିସ ଯାଞ୍ଚ ଫାଟକ ପର୍ଯ୍ୟନ୍ତ ସୋଭାଯାତ୍ରା କରାଯାଇଥିବା ଆଇ.ଆଇ.ସି. ଶ୍ରୀ ନାୟକ ପ୍ରକାଶ କରିଛନ୍ତିା

Leave A Reply

Your email address will not be published.