କୁଢ଼ କୁଢ଼ ଖାଦ୍ୟ ମିଳିଲା

ବାଲିମେଳା/ଚିତ୍ରକୋଣ୍ଡା: ଆଜି ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ଦେଖିବାକୁ ମିଳିଛି ସନ୍ଦେହଜନକ ଅବସ୍ଥାରେ କୁଢ଼ କୁଢ଼ ଖାଦ୍ୟ ପର୍ଦାଥ । କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ, ବିସ୍କୁଟ ଘାଟି ଅଞ୍ଚଳରେ ସ୍ଥାନେ ସ୍ଥାନେ ଇତସ୍ୱତଃ କରି ପକାଇଥିବା ଦେଖିବାକୁ ମିଳିଥିଲା । ଯଦିଓ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଏହି ଏକ ମାତ୍ର ରାସ୍ତାରେ ଏହା ପ୍ରଥମ ଘଟଣା ନଥିଲା କିନ୍ତୁ ଆଜିକାର ଘଟଣା ନିଶ୍ଚିତ ଭାବେ ଅନେକ ସନ୍ଦେହ ସୃଷ୍ଟି କଲା ଭଳି ଥିଲା । ପ୍ରାୟ ୫ରୁ ଅଧିକ ସ୍ଥାନରେ ଇତସ୍ୱତଃ ଭାବେ ଏହି ଖାଦ୍ୟ ପଦାର୍ଥ ଗୁଡିକ ପଡିଥିବା ଘଟଣାକୁ ନେଇ ଆସୁଥିବା ସନ୍ଦେହକୁ ଅଧିକ ଭାବେ ଦୃଢ଼ୀଭୁତ କରିଥିଲା । ଖାଦ୍ୟ ପଦାର୍ଥ ଏଭଳି ପଡ଼ିବାର ଗୋଟିଏ ସକରାତ୍ମକ ଦିଗ ଯେପରି କି ବନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ ଯଦ୍ୟପି ହୋଇଥାଇ ପାରେ କିନ୍ତୁ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ ଦୁଇଟି ନକାରାତ୍ମକ ଦିଗ ଯଥା; ହୁଏତ ଖାଦ୍ୟ ପର୍ଦାଥ ଗୁଡିକର ଖାଦ୍ୟପଯୋଗୀ ବୈଧତା ସମାପ୍ତି କାରଣରୁ ସେଗୁଡିକ ଏଭଳି ଫୋପଡ଼ା ଯାଇ ଥାଇପାରେ କିମ୍ବା କୌଣସି ଖଳ ପ୍ରକୁତିର ଲୋକ ବନ୍ୟଜନ୍ତୁଙ୍କ ଶିକାର କରିବା ପାଇଁ ସେଥିରେ କୌଣସି ବିଷାକ୍ତ ଦ୍ରବ୍ୟ ଯେ ମିଶାଇ ନଥିବ ତାହାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ନକାରାତ୍ମକ ଦିଗ ଯାହା କିଛି ମଧ୍ୟ ହେଉ, ଉଭୟ କ୍ଷେତ୍ରରେ କିନ୍ତୁ ବନ୍ୟ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିବା ଏଥିରେ ତିଳେ ହେଁ ସନ୍ଦେହ ନାହିଁ ।

ପ୍ରକାଶ ଥାଉକି ବିଗତ ଦିନମାନଙ୍କର ଉକ୍ତ ରାସ୍ତାରେ ଅନେକ ମାଙ୍କଡ ରାସ୍ତା ଉପରେ ବେପରୁଆ ଢଙ୍ଗରେ ଖାଦ୍ୟ ପକାଉଥିବା ବ୍ୟକ୍ତିଙ୍କ କାରଣରୁ ଅନେକ ଦୁର୍ଘଟଣା ସଂଘଟିତ ହୋଇଥିବା ଦିଗକୁ ଦୃଷ୍ଟିରେ ରଖି ବନ ବିଭାଗ ତରଫରୁ ଏଥିରେ ରୋକ ଲଗାଇବା ନିମନ୍ତେ ଜଙ୍ଗଲର ସ୍ଥାନେ ସ୍ଥାନେ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ପର୍ଦାଥ ବେପରୁଆ ଢଙ୍ଗରେ ନ ଦେବା ପାଇଁ ବୋର୍ଡ଼ ମଧ୍ୟ ଲାଗିଛି । କିନ୍ତୁ ତାହା କେବଳ ଲେଖାରେ ସୀମିତ ରହିଛି ଯାହା ଆଜିର ଘଟଣାରୁ ଜଳ ଜଳ କରି ସ୍ପଷ୍ଟ ବାରି ହେଉଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ପୂର୍ବାହ୍ନରେ ପ୍ରଥମେ ନିସର୍ତ୍ତ ଗଣମାଧ୍ୟମର ପ୍ରତିନିଧିଙ୍କ ଦ୍ୱାରା ବନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିବା ପାରେ ବନ ବିଭାଗ ତରଫରୁ ଏକ ଟିମ ସମ୍ପୂର୍ଣ ଇଲାକାରେ ପାଟ୍ରୋଲିଂ କରି ଉକ୍ତ ଖାଦ୍ୟ ପଦାର୍ଥ ଗୁଡିକ ସଫଳତାରେ ସହ ସଂଗ୍ରହ କରି ନେଇଛି । ଉଭୟ ଚିତ୍ରକୋଣ୍ଡା ଏବଂ ବାଲିମେଳା ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ମୁତାବକ କିଛି ମାତ୍ରାରେ ଖାଦ୍ୟ ପଦାର୍ଥ ଉକ୍ତ ସ୍ଥାନରେ ହିଁ ପୋଡି ନଷ୍ଟ କରି ଦିଆଯାଇଥିବା ବେଳେ ଆଉ କିଛି ଖାଦ୍ୟ ପଦାର୍ଥ ଗୁଡିକ ଉପଯୁକ୍ତ ସ୍ଥାନରେ ପକାଇଦେବା ପାଇଁ ବାଲିମେଳା ବନ ବିଭାଗ ସଂଗ୍ରହ କରି ନେଇ ଆସିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ ଅର୍ଥାତ ଖାଦ୍ୟ ପଦାର୍ଥ ଗୁଡିକର ମନ ଯାଞ୍ଚ ନକରି କୌଣସି ପରୀକ୍ଷା ନିରୀକ୍ଷା ନକରି ବନ ବିଭାଗର ଏଭଳି ତରବରିଆ କାର୍ଯ୍ୟପନ୍ଥା ଅନେକ ସମ୍ଭାବନା ତଥା ଦିଗ ଗୁଡିକ ଉପରେ ଏକ ପ୍ରକାର ପରଦା ଢାଙ୍କି ଦେଇଛି । ତଥାପି ଅବଶିଷ୍ଟ ଖାଦ୍ୟ ପଦାର୍ଥର ଉପଯୁକ୍ତ ପରୀକ୍ଷଣ କରିବା ପାରେ ଉକ୍ତ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା କ୍ଷେତ୍ରରେ ବନ ବିଭାଗରା ଏକ ବିଶେଷ ଭୂମିକା ରହୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.