xmas

କନ୍ଧମାଳର ଚାରି ବିଡ଼ିଓଙ୍କ ପଦନ୍ନୋତି

ଫୁଲବାଣୀ, ୦୨/୧୦: କନ୍ଧମାଳର ଚାରି ବିଡ଼ିଓଙ୍କୁ ରାଜ୍ୟ ସରକାର ପଦନ୍ନୋତି ଦେଇଛନ୍ତି l ସେମାନେ ହେଲେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହନ୍ତ, ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ଖଜୁରୀପଡା ବିଡ଼ିଓ ଅନୁପମା ଘୋଷ l ଏମାନେ ସମସ୍ତେ ଗ୍ରେଡ଼ A-ଜୁନିଅର ବ୍ରାଞ୍ଚରୁ ସିନିଅର ବ୍ରାଞ୍ଚକୁ ପଦୋନ୍ନତି ହୋଇଛନ୍ତି l ନିଜ ନିଜର କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣାପଡ଼ିଛି l ତେବେ ସରକାର ଏହି ସବୁ ବିଡ଼ିଓଙ୍କୁ ଅନ୍ୟ ସ୍ଥାନକୁ ପୋଷ୍ଟିଙ୍ଗ ଅର୍ଡର ଦେଇନଥିବାରୁ ଏମାନେ ଏହି ସ୍ଥାନରେ ରହି କାର୍ଯ୍ୟ କରିବେ l ପଦୋନ୍ନତି ପାଇଥିବାରୁ ଏହି ଅଫିସରମାନେ ଖୁସିବ୍ୟକ୍ତ କରିଛନ୍ତି ଆଉ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଆଗ୍ରହ ବଢିବ ବୋଲି କହିଛନ୍ତି ଅଧିକାରୀମାନେ l

Leave A Reply

Your email address will not be published.