ମାଲକାନଗିରି ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସର୍ବଧର୍ମ ପ୍ରାର୍ଥନା

ମାଲକାନଗିରି , ୨।୧୦ ଜିଲ୍ଲାସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନିୟ ପୁରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଜୋସ୍ନାମୟୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଗାନ୍ଧୀଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୁର୍ତୀ, ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରି ତାଙ୍କ ଆଦର୍ଶରେ ଅନୁପ୍ର।ଣିତ ହେବାପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ହିନ୍ଦୁ ଶିଖ, ଖ୍ରୀଷ୍ଟ, ମୁସଲମାନ, ବୌଦ୍ଧ ସର୍ବ ଧର୍ମ ପ୍ରାର୍ଥନା ସହିତ ଗୀତା ବାଇବେଲ, କରାଳ, ପାଠ କରାଯାଇଥିଲା । ହିନ୍ଦୁ ଧର୍ମର ସରୋଜ ଦାସ, ମୁସଲିମ ଧର୍ମର ମହମ୍ମଦ ମହିନଦିନ ଖ୍ରୀଷ୍ଟଧର୍ମର ତୁଷାର ପାଣି, ବୁଦ୍ଧ ଧର୍ମର କେ.ଦେଶୁରାଜା ଆଚାରୀ ଧର୍ମଗ୍ରନ୍ଥ ପାଠ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିଲେ । ଶ୍ୟାମସୁନ୍ଦର ନାୟକ ସଭା ପରିଚାଳନା କରିଥିଲେ । ପ୍ରାତ ଘଟିକାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ରରେ ଗାନ୍ଧୀଙ୍କ ପ୍ରିୟଭଜନ ଓ ରାମଧୁନ ବଜାଇ ସହର ପରିକ୍ରମା କରାଯାଇଥିଲା । ଏହି ଅବସରରେ ଅତିଥିମାନେ ନିଶାରୁ ଦୁରେଇ ରହିବା ନିଶାକ ନା ଖୋଲା ଶୈବମୁକ୍ତ ସାତୋହି ସେବା କାର୍ଯ୍ୟକ୍ରମ, ପ୍ଲାଷ୍ଟିକମୁହ ଅଭିଯାନର ଜନସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଠିକ ସେହିପରି ଜିଲ୍ଲାର ବରିଷ୍ଠ ନାଗରିକ ପରିଷଦ ଓ ଜିଲ୍ଲା ବିଜୁ ଯୁବବାହିନୀ ପକ୍ଷରୁ ସହରରେ ଏକ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଁଚିଲା ପରେ ସେଠାରେ ସଂଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ରଂଜନ ମହାନ୍ତି ହରେକୃଷ୍ଣ କିର୍ତନିୟା ସଭା ପରିଚାଳନା କରିଥିଲେ । ଠିକ ସେହିପରି ସୁବାଷ ବୋଷ ଟାଉନ କ୍ଲବ ମହାତ୍ମାଗାନ୍ଧି କ୍ଳବ୍, ଜିଲ୍ଲା କଂଗ୍ରେସ ଦଳ, ବରିଷ୍ଠ ନାଗରିକ କମିଟିର ସଭ୍ୟମାନେ ଦୈନିକ ବଜାର ଠାରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟାର୍ପଣ କରି ଜାତିର ପିତା ଗାନ୍ଧିଙ୍କ ସ୍ମୃତିଚାରଣ କରିଛନ୍ତି ।

Leave A Reply

Your email address will not be published.