ମାଲକାନଗିରି ବିଜେଡି ଦଳର ଜନସଂପର୍କ ଅଭିଯାନ ପଦଯାତ୍ରା

ମାଲକାନଗିରି , ୨ ।୧୦ : ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରେ ବିଜେଡି ଦଳର ଜନସଂପର୍କ ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ସ୍ଥାନୀୟ ପୌରପରିଷଦ ନଗର ଭବନ ଠାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହିପଦ ଯାତ୍ରାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପୌରପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଗୋପାଳ ପଣ୍ଡା, ମହିଳା ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀମାନେ ଯୋଗଦେଇ ନଗର ଭବନଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରି ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ସହର ପରିକ୍ରମା କରିଥିଲେ ଓ ପାର୍କ ନିକଟରେ ଥିବା ବିଶାଳକାୟ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ପଦଯାତ୍ରା ଜିଲ୍ଲାଠାରୁ ଆରମ୍ଭ ହୋଇ ବ୍ଲକ , ପତାଂୟତ , ଗାଁରେ ପହଁଚି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା କିପରି ଲୋକଙ୍କ ନିକଟରେ ପହଁଚିପାରିବ ସେ ସଂପର୍କରେ ଜନସଚେତନାତା କରାଯିବ। ଓ ଗ୍ରାମବାସୀମାନେ ସରକାରୀ ଯୋଜନାର ସୁଫଳ କିପରି ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ବିଧାୟକ ଶ୍ରୀ ବାକା କହିଥିଲେ ।

Leave A Reply

Your email address will not be published.