xmas

ସାହିତ୍ୟିକ ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଫୁଲବାଣୀ, ୦୨/୧୦: ଅବସରପ୍ରାପ୍ତ ଏସ.ଏମ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଯୋଗଗୁରୁ ପ୍ରଫେସର ରାଧାମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଫୁଲବାଣୀ ସ୍ଥିତ ଜଗନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା l ଆର୍ଟ ଅଫ ଲିଭିଂଗର ସଂଗଠକ ଅବନୀ କହଁରଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ରନାଥ ମିଶ୍ର, ଆଇନଜୀବୀ ରମେଶ ମହାନ୍ତି, ରୋଟାରି ସଦସ୍ୟ ପ୍ରସନ୍ନ ପଣ୍ଡା, ବନ ବିହାରୀ ନନ୍ଦ, ସମ୍ବାଦ ସାହିତ୍ୟ ଘର ସଂପାଦକ କୈଳାଶ ଧଳ, ନିପୀଡିତର ପ୍ରମୋଦ ନାୟକ, ଫିରିଙ୍ଗିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର, ଓ ଆର୍ଟ ଅଫ ଲିଭିଂଗର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସ୍ବର୍ଗତ ରାଧାମୋହନଙ୍କ ସ୍ମୃତିଚାରଣ କରିଥିଲେ l ସ୍ବର୍ଗତ ରାଧାମୋହନ ଜଣେ ଏକାଧାରରେ ଶିକ୍ଷାବିତ, ସାହିତ୍ୟିକ, ସମାଜସେବୀ ତଥା ଯୋଗଗୁରୁ ରହି ସମସ୍ତଙ୍କ ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.