ବୋଡ଼ା ସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ବିଜେ ସିଂ ଆଉ ନାହାନ୍ତି

ବରଗଡ଼: ବୋଡ଼ା ସମ୍ବର ମାଟିର ବରପୁତ୍ର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ଧରି ଅସୁସ୍ଥ ଥିଲେ । ଅଚଳ ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ଦୁଇଥର ଛାତ୍ର ସଂସଦ ସଭାପତି ହୋଇ ଜେଏନୟୁକୁ ପାଠ ପଢ଼ିବା ପାଇଁ ଗଲେ ଓ ସେଠାରୁ ଫେରି ରାଜନୀତି ଆରମ୍ଭ କଲେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସହ ଜଡିତ ହୋଇ ଆନ୍ଦୋଳନର ନେତୃତ୍ବ ମଧ୍ୟ ନେଇଥିଲେ । ବିଧାୟକ ଶ୍ରୀ ବରିହା ପଦ୍ମପୁର ୫ଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ କ୍ୟାବିନେଟ ଭାବେ ରହିଥିବା ବେଳେ ବରଗଡ଼ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ଭାବେରେ ଦୁଇ ଥର ଦାୟିତ୍ଵ ନେଇ ସୁଚାରୁରୂପେ କାର୍ଯ୍ୟନିର୍ବାହ କରୁଥିଲେ । ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ତଥା ବିଜେ ସିଂ ନାମରେ ବେଶ୍ ପରିଚିତ ଥିଲେ । ତାଙ୍କର ପରଲୋକ ପ୍ରଚାରିତ ହେବା ପରେ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପଛରେ ଧର୍ମପତ୍ନୀ, ଏକ ମାତ୍ର ପୁଅ ଭୋଜରାଜ ସିଂ ବରିହା, ଦୁଇ ଝିଅ, ଜ୍ୱାଇଁ, ପରିବାର ଲୋକେ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ବରିହାଙ୍କ ଅକାଳ ବିୟୋଗରେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟୀକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସୁଶାନ୍ତ ସିଂ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ, ସଂଘ, ବ୍ୟକ୍ତି ବିଶେଷ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ଆସୁଥିବା ପାର୍ଥୀବ ଶରୀରକୁ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀର ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବା ପରେ ସକାଳୁ ପଦ୍ମପୁର ସହର ପରିକ୍ରମା ସହ ରାଜଘାଟ ଶ୍ମଶାନରେ ଦାହ କରାଯିବାର ଘୋଷଣା ହୋଇଛି । ମଙ୍ଗଳବାର ଦିନ ୧୦ଘଣ୍ଟା ସମୟରେ ପଦ୍ମପୁର ରାଜଘାଟ ଶ୍ମଶାନରେ ତାଙ୍କ ପୁତ୍ର ଭୋଜରାଜ ସିଂ ବରିହା ମୁଖାଗ୍ନି ଦେବେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

Leave A Reply

Your email address will not be published.