ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଚହଟୁଛି ବାରିପଦା, ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଗିଛନ୍ତି ପୋଲିସ

ତୁଳସୀଚୌରା ଓ ପାଲବଣି ତୋରଣ ଜିଲ୍ଲା ତଥା ଜିଲ୍ଲା ବାହାର ଭକ୍ତ ଓ ଦଶର୍କଙ୍କୁ ବିଶେଷ ଆକର୍ଷିତ କରିବ

ବାରିପଦା,୦୩/୧୦: ଧରାପୃଷ୍ଠରେ ଅବତରଣ କରି ପୂଜା ପାଇଲେଣି ମା। ଯାହାକୁ ନେଇ ସଜେଇ ହେଇଛି ଧରଣୀ ରାଣୀ ସହିତ ବାରିପଦା ସହର। ଆକାଶରେ ଧଳା ଭସା ବାଦଲ ସାଙ୍ଗକୁ ବେଳେ ବେଳେ ଝିପି ଝିପି ବର୍ଷା ଆଉ ତା ସାଙ୍ଗକୁ ଧଳା ରଙ୍ଗର କାଶ ତଣ୍ଡି ଫୁଲର ଆସର। ମାଙ୍କ ଧରାବତରଣରେ ସଜେଇ ହେଇଛି ପୁରା ଧରଣୀ ରାଣୀ। ଚଳଚଞ୍ଚଳ ହୋଇ ଉଠିଛି ଗାଁରୁ ସହର। ଗତ ଦୁଇବର୍ଷ ହେଲା କୋଭିଡ କଟକଣା ପାଇଁ ସବୁ କିଛି ଫିକା ପଡିଥିଲା। କିନ୍ତୁ ଚଳିତ ବର୍ଷ ହଟିଛି କଟକଣା ଆଉ ଜମିଛି ପୂଜାର ମାହୋଲ। ସେଥିପାଇଁ ସୁନ୍ଦର ସୁସଜ୍ଜିତ ତରଣ ଓ ଆଲୋକମାଳାରେ ସଜେଇ ହେଇଛି ପୂଜା ମଣ୍ଡପ।ମଣ୍ଡପରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ମୂର୍ତି। ପୂଜା ସାଙ୍ଗକୁ ବିଭିନ୍ନ ମଣ୍ଡପରେ ଜମିବ ନାଚ ଗୀତର ଆସର। ଯାହାକୁ ଅପେକ୍ଷା କରିଛନ୍ତି ଦର୍ଶକ। ସେହିଭଳି କଳା ସଂସ୍କୃତିରେ ଭରା ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବେସ ଧୁମ ଧାମ ର ସହ ପାଳନ ହୋଇଥାଏ ଏହି ମା ଙ୍କ ପୂଜା।ବାରିପଦାର ମୃଣ୍ମୟୀ ଦୂଗାର୍ପୂଜାର ପରମ୍ପରା ବେଶ ପୂରୁଣା । ଶ୍ରେୀଚୌତନ୍ୟ ଦେବଙ୍କ ପ୍ରଚେଷ୍ଟାରେ ପ୍ରଥେମ ବଙ୍ଗରେ ମୃଣ୍ମୟୀ ଦୂଗାର୍ପୂଜା ଅନୁଷ୍ଠିତ ହୋଇଥିବା ବେଳ ମୟୂରଭଞ୍ଜ ଗଡଜାତ ରାଜ୍ୟ ବଙ୍ଗ ଦେଶର ସୀମାନ୍ତରେ ଥିବାରୁ ଏବଂ ଏଠାକାର ରାଜା ମହାରାଜା ମାନେ ଶ୍ରୀଚୌତନ୍ୟଙ୍କ ଶିଷ୍ୟ ରସିକାନନ୍ଦ ମହାରାଜଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବାରୁ ଏଠାରେ ଦୁର୍ଗାପୂଜା ବହୁ ପୁରାକାଳରୁ ବେଶ ଧୁମଧାମରେ ପାଳିତ ହୋଇଥାଏ । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ପାବର୍ଣ ରୁତୁ ବାରିପଦାରେ ବେଶ ଜମୁଛି । ଦେବୀଦୂର୍ଗା ମାଆଙ୍କ ଆଗମନକୁ ନେଇ ଭକ୍ତ ମନରେ ଭରି ରହିଛି ବେଶ ଉତ୍ସାହ ଉଦ୍ଦିପନା । ଧରା ପୃଷ୍ଠକୁ ଅବତରଣ କରିବେ ମାଦୁର୍ଗା । ମୟୂରଭଞ୍ଜ ଗଡଜାତ ସମୟରେ ରାଜବାଟୀ ଭିତରେ ବହୁ ପୁରାକାଳରୁ ଦୂଗାର୍ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଅନେକ ସମୟରେ ସାଧାରଣ ଭକ୍ତମାନଙ୍କ ଅସୁବିଧା ହେବାରୁ ରାଜବାଟି ନିକଟ ଦେବୀମାଲା ଠାରେ ପ୍ରଥେମ ରାଜବାଟୀ ବାହାରେ ଶାରଦୀୟ ଦୂଗାପୂଜା ଅନୁଷ୍ଠିତ ହୋଇଥିବାର ପୁରୁଖା ଲୋକମାନେ କହନ୍ତି । ତେବେ ଦୁର୍ଗାପୂଜାକୁ ସାବର୍ଜନୀନ ଭାବେ ସର୍ବ ପ୍ରଥମେ ବାରିପଦାର ବଙ୍ଗାଳୀ ସମ୍ପ୍ରଦାୟର କିଛି ଭକ୍ତ ମହାରାଜାଙ୍କ ନିକଟରୁ ଅନୁମତି ନେଇ ୧୯୩୪ ମସିହାରେ ସହରର ଶହୀଦ ପଡ଼ିଆଠାରେ ପଶ୍ଚିମବଙ୍ଗ ରାଜ୍ୟର କୁମାରଟୁଲିରୁ ବଙ୍ଗୀୟ ଶୈଳିରେ ନିର୍ମିତ ମୂର୍ତୀ ଆଣି ପୂଜା ଆରମ୍ଭ କରିଥିଲେ । ଶହୀଦ ପଡ଼ିଆ ଦୁର୍ଗାପୂଜାକୁ ଆଠ ଦଶନ୍ଧି ପାର ହେଲାଣି । ଏହା ପରେ ବାରିପଦା ଟାଉନ ଥାନା ସମ୍ମୁଖରେ ୧୯୫୭ ମସିହାଠାରୁ ଦୂଗାର୍ପୂଜା ଅନୁଷ୍ଠିତ ହୋଇ ଆସୁଥିଲା । ସେହିପରି ପରେ ପରେ ପର୍ଯ୍ୟାୟ କ୍ରମେ ଷ୍ଟେସନ ବଜାର ପୂଜା, ଫ୍ରେଜାର ହୋଷ୍ଟେଲ ଯୁବକ ସଂଘର ପୂଜା, ପୌରପରିଷଦ ପୂଜା, ଜିଲ୍ଲା କୋଷାଗାର ସମ୍ମୁଖ ବଡବଜାର ପୂଜାମଣ୍ଡପ, ମୁର୍ଗାବାଡ଼ି ଗୋଲେଇ, ସୁନାମୁହିଁ ପୂଜା, ତୁଳସୀଚୌରା ଓ ପାଲବଣି ଗୋଲେଇ, ତେନ୍ତୁଳିଡିଙ୍ଗା, କୃଷ୍ଣଚନ୍ଦ୍ର ଗୋଲେଇ, ଦାରୋଗାଡାହି ଗୋଲେଇ, ଭଞ୍ଜପୁର, କମଳା ନେହେରୁ , ଲାଲବଜାର ଛକ, ତକତପୁର, ମଧୁବନ, ବାରୁଣିରୋଡ ପୂଜା, କଲେଜ ଛକ ହରପାବର୍ତୀ ପୂଜା, ଅମ୍ବିକା ମନ୍ଦିର ସାହିର ତିନି କୋଣିଆ ଦୋଳି ପଡ଼ିଆ ଠାରେ ହରପାବର୍ତୀ ପୂଜା, ଅନୁଷ୍ଠିତ ହୋଇ ଆସୁଥିବା ବେଳେ ବଡ଼ବଜାର ଶୀତଳା ମନ୍ଦିର ସମ୍ମୁଖରେ ୩୬ ବର୍ଷ ଧରି ବନଦୁର୍ଗାଙ୍କ ପୂଜା ହୋଇଆସୁଛି। ତୁଳସୀଚୌରା ଓ ପାଲବଣି ଦୂର୍ଗାପୂଜା ୩୮ ବର୍ଷରେ ପହଂଚିଥିବା ବେଳେ, ମଣ୍ଡପର ସୁଦୃଶ୍ୟ ତୋରଣ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ଓ ଦଶର୍କଙ୍କୁ ଦୁର୍ଗାପୂଜାରେ ବାରିପଦାକୁ ଆକର୍ଷିତ କରିଆଣିଥାଏ । ମଧୁବନ ପଡିଆରେ ଅନୁଷ୍ଠିତ ହୋଇଆସୁଥିବା ରାବଣ ପୋଡ଼ି ଦେଖିବାକୁ ବ୍ୟାପକ ଜନଗହଳି ହୋଇଥାଏ । ସେହିପରି ବିଭିନ୍ନ ଆଖଡାର ସଦଶ୍ୟ ମାନେ ବାଡିଖେଳ କରି ମେଢ ବୁଲିବା କାର୍ଯ୍ୟକ୍ରମ ବେଶ ଆକଷର୍ଣୀୟ ହୋଇଥାଏ । ଦୀଘର୍ବଷର୍ଧରି ବାରିପଦାର ତେନ୍ତୁଳିତିଙ୍ଗା ଠାରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ, ଏଠାରେ ଭାଇଚାରାର ଏକ ଅପୂର୍ବ ନିଦଶର୍ନ ଦେଖିବାକୁ ମିଳିଥାଏ । ଏହିପୂଜା କମିଟିର ସଭାପତି କୋହିନୂର ଇସଲାମ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି । ତାଙ୍କ ନେତୃତ୍ୱରେ ତେନ୍ତୁଳିଡିଙ୍ଗା ଠାରେ ଦୀର୍ଘ ୩୭ବର୍ଷ ଧରି ପୂଜା ପାଇ ଆସୁଛନ୍ତି ମାଦୁର୍ଗା । ସେହିପରି ରଘୁନାଥପୁର ଅଂଚଳରେ ଦୂଗାର୍ପୂଜା ହେଉନଥିବାରୁ ଲୋକ ଦୂରଦୂରାନ୍ତ ମେଢକୁ ପୂଜା କରିବାକୁ ଯାଉଥିବାରୁ ବିଗତ ୪ ବର୍ଷ ହେଲା ସେଠାରେ କିଛି ସ୍ଥାନୀୟ ବୁଦ୍ଧିଜିବୀଙ୍କ ନେତୃତ୍ୱରେ ଦୂଗାର୍ପୂଜା ଅନଷ୍ଠିତ ହୋଇଆସୁଛି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଦଶହରା ସମୟରେ ଲାଉତୁମ୍ବି ରେ ନିର୍ମିତ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ର ବଜାଇ ପାରମ୍ପାରିକ ଦାସାଏଁ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ପାରମ୍ପାରିକ ବାଦ୍ୟ ଏବଂ ନୃତ୍ୟ ପରିବେଷଣରେ ଉତ୍ପନ୍ନ ହେଉଥିବା ଦେହେଲେ ଦେହେଲେ ଧ୍ୱନୀ ବେଶ ହୃଦୟସ୍ପର୍ଷୀ । ତେବେ ଗତ ୨ବର୍ଷ ପୂଜାକୁ ଲୋକେ ଉପଭୋଗ କରିପାରି ନଥିବାରୁ ଏଥର ପୂଜା ପୂର୍ବରୁ ଦୋକାନ ବଜାରରେ ଗହଳି ଲାଗିବା ସହିତ ରଂଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି ବାରିପଦା । ପୂଜା ସମୟରେ ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ମାଙ୍କ ପୂଜା ନିମନ୍ତେ ମନ୍ତ୍ରପାଠ ବେଶ ପରିବେଶରେ ଆଧ୍ୟାତ୍ମିକ ଭାବନା ଉଦ୍ଗିରଣ କରିବା ସହିତ ଡାକବାଜି ଯନ୍ତ୍ରର କାନଫଟା ଶବ୍ଦ ସାଙ୍ଗକୁ ଢୋଲ, ଢାକର ବୀରବାଦ୍ୟ, ମେଳା ମେହାତ୍ସବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମତୁଆଲା କରିବ ବୋଲି ଜଣା ଯାଇଛି । ସେପଟେ ଦୂର୍ଗାପୂଜାରେ ହେବାକୁ ଥିବା ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ, ୨୫ଜଣରୁ ଉର୍ଦ୍ଧ ଅଫିସର, ୨ଟି ମୋବାଇଲ ଟିମ ଡିଏସପିଙ୍କ ତତ୍ୱାବଧାନରେ କାର୍ଯ୍ୟ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.