ଶେଷ ଯାତ୍ରାରେ ବିଧାୟକ ବିଜୟ ରଞ୍ଜନ

ବରଗଡ଼: ଶେଷ ଯାତ୍ରାରେ ପଦ୍ମପୁର ବିଧାୟକ। ବିଜୟ ରଞ୍ଜନ ସିଂହ ବରିହାଙ୍କ ଦିର୍ଘ ୨୫ ବର୍ଷର ରାଜନିତୀର ଅନ୍ତ ଘଟି ବୁଢ଼ା ସମ୍ବରରେ ଇତିହାସ ସୃଷ୍ଟି କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକଙ୍କୁ ଶେଷ ବିଦାୟ ଦେଲେ ନିର୍ବାଚନ ମଣ୍ଡଳୀର ଜନସାଧାରଣ। ଆଜି ସକାଳ ୮ ଘଣ୍ଟା ସମୟରୁ ନିଜ କୃଷ୍ଣାପାଲି ବାସଭବନରୁ ଶେଷ ଯାତ୍ରା ବାହାରି ରାଜଘାଟ ଅଭିମୁଖେ ସହର ପରିକ୍ରମା ବାହାରିଥିଲା । ସହରର ଭେଉରିଆ ଛକ ଠାରୁ କଚେରି ଛକ, ସାହୁପଡା, ଅହିଂସା ଛକ , ପୁରୁଣା ଶିଶୁ ମନ୍ଦିର, ରଜାପଡା ହୋଇ ରାଜଘାଟ ପହଞ୍ଚିଛି । ସହରରେ ବିଭିନ୍ନ ସଂଗଠନ, କ୍ଲବ, ବିଶିଷ୍ଟ ବ୍ୟକ୍ତି ସମେତ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅତାବିରା ବିଧାୟୀକା ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ରିତା ସାହୁ, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବିଧାୟକ ସୁଶାନ୍ତ ସିଂ, ମହମ୍ମଦ ସାଜିଦ, ଶିକ୍ଷାବିତ କୃଷ୍ଣ ମୋହନ ପଣ୍ଡା ପ୍ରମୁଖଙ୍କ ସମେତ ହଜାର ହଜାର ସମର୍ଥକ, ବିଜେଡି କର୍ମୀ ପାଇକମାଳ, ଝାରବନ୍ଧ ଅଞ୍ଚଳର ବିଜେଡି କର୍ମକର୍ତ୍ତାମାନେ ଶେଷ ଶୋଭାଯାତ୍ରାରେ ରାଜଘାଟ ପହଞ୍ଚିଥିଲେ ।

Leave A Reply

Your email address will not be published.