କୋଟପାଡ଼ ସହରରେ ଦଶହରା ପର୍ବ ମହାସମାରୋହରେ ପାଳିତ

କୋଟପାଡ: ଆଜି କୋଟପାଡ ସହରରେ ଦଶହରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । କରୋନାର ଭୟାବହ ତା ପାଇଁ ୨ ବର୍ଷ ମାଙ୍କ ଦଶହରା ପର୍ବ ହୋଇ ପାରିନଥିଲା । ଏ ବର୍ଷ ପାଗ ଅନୁକୂଳଥିବାରୁ ଶହଶହ ଭକ୍ତ ମା ମାଉଲୀଙ୍କ ଦର୍ଶନ ପାଇଁ ସହରର ଉଭୟ ପାର୍ଶ୍ଵରେ ଠିଆ ହୋଇଥିଲେ । ବିଭିନ୍ନ ନାଟ୍ୟ ପଟୁଆରରେ କୋଟପାଡ ସହର ପ୍ରକମ୍ପିତ ହୋଇଥିଲା । ସଭାପତି କୋଟପାଡ ଦଶହରା କମିଟି ଶ୍ରୀ ଗଣେଶ ପଣ୍ଡା, ଉପସଭାପତି ଶିବ ପଟ୍ଟନାୟକ, ସମ୍ପାଦକ ବିନାୟକ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସୁନିଲ ତ୍ରିପାଠୀ, ସଭ୍ୟ ସୁଶାନ୍ତ ବକ୍ସି, ଲୁଲୁ ବକ୍ସି, ତପନ ପଟ୍ଟନାୟକ, ସମୀର ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ କୋଟପାଡର ସମସ୍ତ ଭକ୍ତ ଏହି ପାର୍ବଣକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ପ୍ରତିଦିନ ମୋନରଞ୍ଜନ ପାଇଁ ସ୍ଥାନୀୟ ବ୍ରହ୍ମପୁର, କଟକ, ଭୁବନେଶ୍ଵର, ପୁରୀ, ପ୍ରଭୃତି ସହରରୁ କଳାକାର ଆସି କୋଟପାଡବାସୀଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ଏବଂ ମାଉଲିଙ୍କ ଦଶହରା ସମାପ୍ତ ହୋଇଥିଲା। ବ୍ରାହ୍ମଣ କିଶୋର ମିଶ୍ର, ବାବୁଲି ଦାସ, ମିନୁ ରଥ, ସଞ୍ଜୟ ପ୍ରହରାଜ, ଦେବେନ୍ଦ୍ର ପୂଜାରୀ, ଟଙ୍କ ନାୟକ ପ୍ରମୁଖ ମାଙ୍କର ୧୦ ଦିନ ପୂଜାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.