ମୁଣ୍ଡାଗାଁରେ ବଜ୍ରପାତ, ୩ ଛାତ୍ର ଗୁରୁତର

ଫୁଲବାଣୀ, ୦୫/୧୦: ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବା ପାଇଁ ମୁଣ୍ଡାଗାଁ ପାହାଡ଼କୁ ଯାଇଥିବା ବେଳେ ସନ୍ଧ୍ୟାରେ ହଠାତ ବଜ୍ରପାତ ହୋଇଥିଲା ଫଳରେ ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ l ଖବର ପାଇ.ବାବା ମୁଣ୍ଡା ସୁର ଯୁବକ ସଙ୍ଘର କର୍ମକର୍ତା ମାନେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଜଙ୍ଗଲରୁ ଆମ୍ବୁଲାନ୍ସ ଯାଏ ଆଣିଥିଲେ l ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରାହ୍ମଣପାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଆହତ ଛାତ୍ରମାନେ ହେଲେ ଯୁକ୍ତ ୨ ଛାତ୍ର ଧିରେନ ଡିଗାଲ, ୧୦ମ ଶ୍ରେଣୀ ଛାତ୍ର ପିଙ୍କୁ ମଳିକ ଓ ଅଷ୍ଟମ ଶ୍ରେଣୀ ଛାତ୍ର ପଞ୍ଚାନନ ବେହେରା ବୋଲି ଜଣାପଡ଼ିଛି l

Leave A Reply

Your email address will not be published.