xmas

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ ଦେଉଳରେ ମହାପାପ । ମନ୍ଦିର ପରିସରରେ ଜଣେ ୧୩ ବର୍ଷର ନାବାଳକକୁ ଯୌନ ନିର୍ଯାତନା

ପୁରୀ: ଶ୍ରୀକ୍ଷେତ୍ରରେ ମହାପାପ । ପୂଣ୍ୟଭୂମିରୁ ଆସିଛି ଯୌନଶୋଷଣର ଅଭିଯୋଗ । ଜଣେ ୧୩ ବର୍ଷର ନାବାଳକକୁ ମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିଂହଦ୍ୱାର ପୋଲିସ ଷ୍ଟେସନରେ ନାବାଳକ ଜଣକ ଏତଲା ଦେଇଛନ୍ତି । ତାଙ୍କୁ ଏକାକି ପାଇ ଯୌନଶୋଷଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏହି ଶୋଷଣ ନେଇ ସେ ବିରୋଧ କରିବା ସହ ଶେଷରେ ଥାନାର ଆଶ୍ରୟ ନେଇଛନ୍ତି । ନାବାଳକଙ୍କ ସହ ଏହି କାଣ୍ଡ ଘଟାଇଥିବା ଅଭିଯୋଗରେ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତାଙ୍କୁ ପୁଲିସ ଗିରଫ କରିଛି ।

ଶ୍ରୀକ୍ଷେତ୍ରରେ ମହାପାପ !
ସାକ୍ଷୀ ରହିଲେ ଜଗନ୍ନାଥ
ମନ୍ଦିର ଭିତରେ ନାବାଳକଙ୍କୁ ଅସଦାଚରଣ !

ପୁଣ୍ୟଭୂମି ଶ୍ରୀକ୍ଷେତ୍ରରୁ ଆସିଛି ଯୌନ ନିର୍ଯାତନାର ଅଭିଯୋଗ । ଜଣେ ୧୩ ବର୍ଷର ନାବାଳକକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ସହଯୋଗୀଙ୍କ ନାଁରେ । ସବୁଠାରୁ ବଡକଥା ହେଲା, ମନ୍ଦିର ପରିସରରେ ଏଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ୍ ନାବାଳକ ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ସେବାୟତଙ୍କ ସହଯୋଗୀ ସୁଦର୍ଶନ ମିଶ୍ରଙ୍କୁ ଗିରଫ କରିଛି ପୁଲିସ ।

ଅକ୍ଟୋବର ୪ ତାରିଖ, ସ୍ଥାନ- ଶ୍ରୀମନ୍ଦିର । ଅଭିଯୋଗ ଅନୁସାରେ, ପୂଜାପଣ୍ଡା ନିଯୋଗ ପକ୍ଷରୁ ସଂସ୍କୃତି ଶିକ୍ଷା ଲାଭ କରୁଥିଲେ ପୀଡିତ ନାବାଳକ । ମଙ୍ଗଳବାର ଦିନ ସଂପୃକ୍ତ ନାବାଳକ ଶ୍ରୀମନ୍ଦିର ଭିତରେ ବେଦ କର୍ମକାଣ୍ଡ ପଢୁଥିଲେ । ଏହି ସମୟରେ ପୀଡିତଙ୍କୁ ନିଳାଦ୍ରୀ ମ୍ୟୁଜିୟମକୁ ଡାକି ନେଇ ଅସଦାଚରଣ କରିଥିଲେ ସେବାୟତଙ୍କ ସହଯୋଗୀ । ଲୋକଲଜ୍ଜା ଓ ଭୟରେ କାହାକୁ କିଛି କହୁନଥିବା ନାବାଳକ ଶେଷରେ ସୀମା ଟପିଯିବା ପରେ ଥାନାରେ ଜଣାଇଛନ୍ତି ।

କାହିଁକି ହେଉଛି ବାରମ୍ବାର ଅସଦାଚରଣ?
ସଚେତନତା ଉପରେ କାହିଁକି ଦିଆଯାଉନି ଗୁରୁତ୍ୱ?

ସେପଟେ ଏଭଳି ଘଟଣା ଶ୍ରୀମନ୍ଦିରରେ କିଛି ନୂଆ କଥା ନୁହେଁ । ପୂର୍ବରୁ ଦୁଇଜଣ ପୂଜକଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଥିଲା । ହେଲେ ଏଭଳି ଘଟଣାର ପୂର୍ଣ୍ଣଚ୍ଛେଦ ପଡିବା ପରିବର୍ତ୍ତେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ଅଣସେବାୟଙ୍କ ମଧ୍ୟରେ ସଚେତନତା ଉପରେ ଅନେକ ଗୁରୁତ୍ୱ ଦେଇଛନ୍ତି । ଏ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିସାରିଛି ସିଡବ୍ଲୁସି । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ପୀଡିତଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ବୟାନ ରେକର୍ଡ କରାଯାଇଛି । ତେବେ ଶ୍ରୀକ୍ଷେତ୍ର ଭଳି ତୀର୍ଥକ୍ଷେତ୍ରରେ ଏଭଳି ଘଟଣା ପୁରୀର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି ।

Leave A Reply

Your email address will not be published.