xmas

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର ୨୦୨୨

ନୂଆଦିଲ୍ଲୀ : ଆଜି ଶାନ୍ତି ପାଇଁ ନୋବେଲ ପୁରସ୍କାର ୨୦୨୨ ଘୋଷଣା କରାଯାଇଛି। ଏଥର ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ନୋବେଲ ପାଇଁ ବେଲାରୁଷର ମାନବାଧିକାର ପ୍ରବକ୍ତା ଆଲେସ୍‍ ବାଲିଆସ୍କିଙ୍କୁ ଓ ରୁଷର ମାନବାଧିକାର ସଙ୍ଗଠନ ‘ମେମୋରିଆଲ’କୁ ଏବଂ ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର୍‍ ସିଭିଲ ଲିବର୍ଟିଜ୍‍ ନାମକ ଦୁଇଟି ସଂସ୍ଥାର ନାମ ଘୋଷଣା କରାଯାଇଛି।

ନୋବେଲ ଫାଉଣ୍ଡେସନ ଅନୁଯାୟୀ, ଏହି ଶାନ୍ତି ପୁରସ୍କାର ବିଜେତାମାନେ ଯୁଦ୍ଧ ଅପରାଧ, ମାନବିକ ଅଧିକାରର ଉଲ୍ଲଂଘନ ଏବଂ କ୍ଷମତାର ଅପବ୍ୟବହାରକୁ  ନଷ୍ଟ  କରିବା ପାଇଁ ଏକ ଉତ୍କୃଷ୍ଟ ଉଦ୍ୟମ କରିଛନ୍ତି। ଏଥି ସହିତ ଶାନ୍ତି ଏବଂ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନାଗରିକ ସମାଜର ମହତ୍ତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଜେତାମାନେ ସାଧାରଣ ନାଗରିକଙ୍କ ଅଧିକାର  ତଥା ସେମାନଙ୍କ ଦେଶର ଲୋକଙ୍କ ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ଜୋର୍‍ ଦେଇଛନ୍ତି।

Leave A Reply

Your email address will not be published.