xmas

କେନ୍ଦୁଗୁଡା ଠାରୁ ଟାଙ୍ଗନିତଙ୍ଗ ଖରାପ ରାସ୍ତାର ସ୍ଥିତି ପରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି

ମାଲକାନଗିରି: ମାଲକାନଗିରି ଅନ୍ତର୍ଗତ କେନ୍ଦୁଗୁଡା ଠାରୁ ଟାଙ୍ଗନିତଙ୍ଗ ପ୍ରାୟ ଏକ କିଲୋମିଟର ଖରାପ ରାସ୍ତାର ସ୍ଥିତି ସମୀକ୍ଷା କଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ ଦେଶୀରାଜୁ ଆଚାରି । ଏହି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଛି ଯେ ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ହୋଇପଡିଛି । ତେବେ ବର୍ତମାନ ବର୍ଷା ହେବାରୁ ରାସ୍ତାରେ ପାଣି ଜାଣି କାଦୁଅ ହୋଇଯାଇଛି । ଯାହା ଫଳରେ ଗ୍ରାମବାସି ମାନେ ନାନା ସମସ୍ୟାର ସମୁଖୀନ ହେଉଛନ୍ତି । ତେବେ ଗାଁ ରେ ଏହି ଗୋଟିଏ ମାତ୍ର ରାସ୍ତା ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଯେତେ ଅସୁବିଧା ହେଲେ ମଧ୍ୟ ଏହି ରାସ୍ତାରେ ଯାତାୟତ ହେଉଛନ୍ତି । ସ୍କୁଲ ଛାତ୍ର ଛାତ୍ରୀ ହେଉ କିମ୍ବା କୌଣସି ଅସୁସ୍ଥ ରୋଗୀ ଏହି ରାସ୍ତା ଉପରେ ହିଁ ଭରସା କରିଥାନ୍ତି । ତେବେ ଗ୍ରାମବାସି ମାନେ ବାରମ୍ବାର ପିଇଓ, ବିଡିଓଙ୍କୁ ଜଣେଇଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ତେବେ ଆମ ଆଦମୀ ପାର୍ଟିର ସଭାପତି ରାସ୍ତା ସମୀକ୍ଷା କରିଥିଲେ ଓ ଏହି ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରାସ୍ତା ନିର୍ମାଣ କରାଯିବ ବୋଲି ଗ୍ରାମବାସୀଙ୍କ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.