xmas

କନ୍ଧମାଳ ରଙ୍ଗାପାରୁ ସେବାଶ୍ରମ ଛାତ୍ରୀ ସନ୍ତାନ ପ୍ରସବ ଓ ପରେ ମା ଓ ନବଜାତ ଶିଶୁ ମୃତ୍ୟୁ ମାମଲା; ଅନୁଧ୍ୟାନ କରିବାକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଟିମ କନ୍ଧମାଳରେ

ଫୁଲବାଣୀ, ୦୯/୧୦: କନ୍ଧମାଳ ଜିଲ୍ଲା ରଙ୍ଗାପାରୁ ସେଵାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଏବଂ ପରେ ମା ଓ ନବଜାତ ଶିଶୁ ଦୁହିଁଙ୍କ ମୃତ୍ୟୁ ମାମଲାରେ ରବିବାର ଆଜ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ ଟିମ୍ ଶନିବାର ରାତିରେ ଫୁଲବାଣୀ ରେ ପହଂଚିଛନ୍ତି l ଏହି ଟିମ ଆଜି ସକାଳୁ ଵେଲଘର ଓ ଜି. ଉଦୟଗିରି ଅଞ୍ଚଳ ଗସ୍ତ କରି ଅନୁସନ୍ଧାନ କରିବେ । ଏବଂ ଏହା ପରେ ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହା ଏକ ଦୁଖଦ ଓ ଉଦବେଗଜନକ ଘଟଣା ବୋଲି ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ି କହିବା ସହ ନବୀନ ସରକାର ସମୟରେ ମହିଳା ଓ ଝିଅ ମାନେ ଆଦୌ ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ l ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା କିଭଳି ତାହା ଏଥିରୁ ଜଣାପଡୁଛି ବୋଲି ବିଜେପି ନେତ୍ରୀ ପାଢ଼ୀ କହିଛନ୍ତି l ମହିଳାମାନେ ଯେପରି ସୁରକ୍ଷିତ ରହିବେ ସେଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ସୁରମା କହିଛନ୍ତି l

Leave A Reply

Your email address will not be published.