xmas

ଚିକିତ୍ସା କରାଇବା ପାଇଁ ନେଉଥିଲେ, ଦୁଇ ମହିଳା ନକ୍ସଲ ସହ କଂଗ୍ରେସର ବଡ ନେତା ଗିରଫ

ମାଲକାନଗିରି: ଚିକିତ୍ସା କରାଇବା ପାଇଁ ଦୁଇ ମହିଳା ନକ୍ସଲଙ୍କୁ ତେଲେଙ୍ଗାନା ନେଉଥିବା ବେଳେ ଜଣେ କଂଗ୍ରେସ ନେତା ପୁଲିସ ହାତରେ ଗିରଫ ହୋଇଛି। ଏନେଇ ତେଲେଙ୍ଗାନା ପୁଲିସ ସାମ୍ବାଦିକ ସମ୍ମିଳନୀ କରି ନ ଥିବାରୁ ଦୁଇ ମହିଳା ନକ୍ସଲଙ୍କର ପରିଚୟ ମିଳିପାରି ନାହିଁ। ତେବେ ଭୋପାଲପାଟନାମ ବ୍ଲକ କଂଗ୍ରେସ କମିଟିର ମହାମନ୍ତ୍ରୀ କେ.ଜି.ସୀତମକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ବିଜାପୁର ଅଂଚଳରୁ ଦୁଇ ମହିଳା ନକ୍ସଲଙ୍କୁ କଂଗ୍ରେସ ନେତା ତେଲେଙ୍ଗାନାକୁ ଚିକିତ୍ସା କରାଇବା ପାଇଁ ନେଉଥିଲେ।

ତେବେ ହନମାକୋଣ୍ଡା ନିକଟରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଛକି ରହିଥିଲା। ଏମାନଙ୍କୁ ପୁଲିସ ଦେଖିବା ପରେ ଗିରଫ କରିବା ସହ ପଚରାଉଚରା କରୁଛି। ଏଥିସହ ଦୁଇ ମହିଳା ନକ୍ସଲଙ୍କର ଚିକିତ୍ସା ମଧ୍ୟ କରାଉଥିବା ଜଣାପଡିଛି। ମହିଳା ନକ୍ସଲ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡି ନାହିଁ। ନକ୍ସଲ ସହ କଂଗ୍ରେସ ନେତାଙ୍କ ସଂପର୍କକୁ ନେଇ କଂଗ୍ରେସର କୌଣସି ବଡ ନେତା ମୁହଁ ଖୋଲିନଥିବା ବେଳେ ପୁଲିସ ଏନେଇ ଅଧିକା ତଦନ୍ତ କରୁଥିବା କହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ନକ୍ସଲଙ୍କ ରାଜନେତାମାନଙ୍କ ସଂପର୍କ ପୂର୍ବରୁ ରହିଛି।

Leave A Reply

Your email address will not be published.