xmas

ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହେଲେ ଖଜୁରୀପଡାର ଦିବ୍ୟଜ୍ୟୋତି

ଫୁଲବାଣୀ, ୦୯/୧୦: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଖଜୁରୀପଡା ଅଂଚଳରେ ଗୌରବ ଆଣିଦେଇଛନ୍ତି । ଖବରରୁ ପ୍ରକାଶ ଯେ, ବାପା ଅନିଲ ପରିଡା ମା ଓ ପୁଅକୁ ଛାଡି ଚାଲିଯିବା ପରେ ମା ଶୈଳବାଳା ବହୁ ଦୁଃଖ କଷ୍ଟ ସହ୍ଯ କରି ଏକୁଟିଆ ପୁଅକୁ ମଣିଷ କରିବା ପାଇଁ ବାକି ରୁଣ ଆଣି ପୁଅକୁ ପାଠ ପଢାଇବା ସହିତ କୌଣସି ଥିରେ ପୁଅର ଯେପରି ଅଭାବ ନରହୁ ସେଥି ପ୍ରତି ସର୍ବଦା ଚେଷ୍ଟା କରୁଥିଲେ । କଥା ରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ତାକୁ ଆଖି ଆଗରେ ରଖି ପୁଅ ଦିବ୍ୟକୁ ପରିଶ୍ରମ କରି ଭଲ ନମ୍ବର ରଖି କୃତିତ୍ଵ ଅର୍ଜନ କରିବା ପାଇଁ ସର୍ବଦା ପ୍ରେରଣା ଦେଉଥିଲେ । ଯାହା ଆଜି ତାଙ୍କର ସ୍ଵପ୍ନକୁ ସାକାର କରିଛି ପୁଅ ଦିବ୍ୟ । ଦିବ୍ୟ ପ୍ରଥମେ ନିଜ ଗାଁ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଉଚ୍ଚ ପ୍ରାଥମିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପରେ ଅଷ୍ଟମରୁ ଦଶମ ପୋଲିସ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀରେ ଶିକ୍ଷା ଲାଭ କରିଥିଲେ । ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ବିଜ୍ଞାନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶେଷ କରିବା ପରେ ଫୁଲବାଣୀ ମହାବିଦ୍ୟାଳୟରେ ଫିଜିକ୍ସରେ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ଵ ହାସଲ କରିବା ପରେ ସେଞ୍ଚୁରିୟାନ ୟୁନିଭରସିଟି ଭୁବନେଶ୍ବରରେ ଏମଫିଲ୍ କରିଥିଲେ ।ଅର୍ଥାଭାବ ଯୋଗୁଁ ପିଏଚ୍ଡ଼ି ପଢ଼ା ଅଧାରୁ ଛାଡି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନ ଦେଲେ । ୨୦୧୯ରେ ଦିଲ୍ଲୀରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ କୋଚିଂ ନେବାକୁ ନିଷ୍ପତ୍ତି ନେଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଉକ୍ତ ଅନୁଷ୍ଠାନ ବନ୍ଦ ହୋଇଯିବାରୁ ସେ ଓଡ଼ିଶା ଫେରି ଆସିଥିଲେ । ହେଲେ ବି ସେ ହାର ମାନିନଥିଲେ ଅକ୍ଲାନ୍ତ ପରିଶ୍ରମ ଆଗରେ ବେଳେ ବେଳେ ଭାଗ୍ୟକୁ ମଧ୍ୟ ହାର ମାନିବାକୁ ପଡିଥାଏ l ପରେ ସେ ପ୍ରଥମଥର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ଦ୍ଵିତୀୟ ଥର ଦେଇଥିବା ଓଏଏସ ପରୀକ୍ଷାରେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ପ୍ରଥମେ ତାଙ୍କ ମାଙ୍କୁ ଦେବା ପରେ ନିଜର ସୁଭାକାଂକ୍ଷୀ , ପରିବାର ସହ ନିଜର ସମସ୍ତ ସ୍କୁଲ କଲେଜ ଶିକ୍ଷକ, ଶିକ୍ଷୟତ୍ରୀ ବିଶେଷ ଭାବେ କେତେକ ଆଇଏଏସ ଅଫିସରଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢିବା ପାଇଁ ମାର୍ଗ ଦେଖାଇଥିଲା । ଓଏଏସ ପାଇବା ପରେ ଦିବ୍ୟ ଜ୍ୟୋତିଙ୍କ ସାଙ୍ଗସାଥି ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.