ବିଶ୍ୱ ଶିଶୁକନ୍ୟା ଦିବସରେ ଭାଗ ନେବା ପାଇଁ ଦିଲ୍ଲୀ ଗଲେ ସୁପ୍ରଭା

ଫୁଲବାଣୀ, ୧୦/୧୦: ବିଶ୍ୱ ଶିଶୁକନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେବା ପାଇଁ କନ୍ଧମାଳ କେଲପଡା ଗ୍ରାମର ସୁପ୍ରଭା ବେହେରା ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିବେ। ସୁପ୍ରଭା ବାଲ୍ୟ ବିବାହ ନିରୋଧ ଓ କିଶୋରୀ ବାଳିକା ଅଧିକାର ନେଇ ସଚେତନ ସୃଷ୍ଟି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ସୁପ୍ରଭା ବାପା ଉଦୟ ବେହେରାଙ୍କ ସହ ଦିଲ୍ଲୀ ଗସ୍ତ କରିଛନ୍ତି। କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଏକ ଗରିବ ମୁଲିଆ ପରିବାରର ଝିଅ ସୁପ୍ରଭା ମନୋନୀତ ହୋଇଥିବାରୁ ଏହା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନିଶ୍ଚୟ।

Leave A Reply

Your email address will not be published.