xmas

ନାବାଳିକା ମା ଓ ଶିଶୁ ମୃତ୍ୟୁ ଘଟଣା; ପ୍ରଶାସନିକ ଅବହେଳାକୁ ଦାୟୀ କଲା ଏବିଭିପି

ଫୁଲବାଣୀ, ୧୧/୧୦: ବେଲଘର ଥାନା ଅଞ୍ଚଳରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଆଜି ଏବିଭିପି କନ୍ଧମାଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନିକ ଅବହେଳା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତାକୁ ଦାୟୀ କରିଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛି ଏବିଭିପି l କନ୍ଧମାଳ ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ ଜିଲ୍ଲା ପ୍ରଶାସନର ଅବହେଳା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ଶିଶୁର ମୃତ୍ୟୁ ହେଇଛି ବୋଲି କହିଛନ୍ତି l l ଜିଲ୍ଲାର ଜଣେ ଶାସକ ଦଳର ନେତାଙ୍କ ସମ୍ପର୍କୀୟ ଠିକାଦାରଙ୍କ ଏଥିରେ ସମ୍ପୃକ୍ତି ରହିଛି ବୋଲି ମିଡ଼ିଆ ରେ ଖବର ପ୍ରସାରିତ ହେଇଚି l ଏବିଭିପି ଦାବୀ କରୁଛି ଯେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ଅବହେଳା ଯୋଗୁଁ ଏ ଘଟଣା ଘଟିଛି ତେଣୁ ସରକାର ତୁରନ୍ତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ l ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ଅହଲ୍ୟା ମାଝୀ ଏବଂ ସଞ୍ଜନା କହଁର, ରଜତ ବେହେରା, ରଜତ ମହାପାତ୍ର, ତ୍ରିଲୋଚନ ଗଣ୍ଡା ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.