xmas

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର, ୧୧/୧୦: ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଏକ କଷ୍ଟକର ବିଷୟ । ମାତ୍ର ଏହି ସମସ୍ୟାର ସଫଳ ଉପଚାରର ଆବଶ୍ୟକତା ଉପରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ଗୁରୁତ୍ୱ ଆରୋପ କରିଛନ୍ତି ।

ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପଟାଲ୍‌ର ଡିନ୍ ପ୍ରଫେସର (ଡ.) ସଂଘମତ୍ରା ମିଶ୍ର ମୁଖ୍ୟ ବକ୍ତା ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଓ ହାସ୍ୟ ଅଭିନେତା ପପୁ ପମ୍‌ପମ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏ ବର୍ଷ ନିମନ୍ତେ ମାନସିକ ସ୍ୱାସ୍ଥ୍ୟ ଦିବସର ଥିମ୍ “ମେକ ମେଂଟାଲ୍ ହେଲ୍‌ଥ ୱେଲ୍ ବିଙ୍ଗ ଫର ଅଲ୍ ଏ ଗ୍ଲୋବାଲ୍ ପ୍ରାୟୋରିଟି” ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ ।

ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ମତ ରଖିଥିଲେ ।
ଏଥିରେ ଡାକ୍ତର ଜିତ୍ରେନ୍ଦ୍ରିୟ ବିଶ୍ୱାଳ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମିୟ ସାହୁ, ଡାକ୍ତର ହିରଣମୟ ମହାପାତ୍ର, ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ସୌମ୍ୟରଞ୍ଜନ ଦାଶ ଯୋଗ ଦେବା ସହ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଡାକ୍ତର କିର୍ତୀ ଅନୁରାଗ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଭାଗର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନେକ ସଂଖ୍ୟାରେ ମେଡିକାଲ୍ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତୀ, ଡାକ୍ତର ଓ ଅନ୍ୟ ମାନେ ଏଥିରେ ଯୋଗ ଦେଇଥିଲେ । ପୂର୍ବରୁ ଆୟୋଜିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.