xmas

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ମହିଳା କ୍ୟାଡର ନିହତ, ବହୁ ମାଓ ସାମଗ୍ରୀ ଜବତ

ଫୁଲବାଣୀ, ୧୨/୧୦: ମଙ୍ଗଳବାର କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମିଳନୀ ଆଇଜି ଅମିତାଭ ଠାକୁର କହିଛନ୍ତି । କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସିମାନ୍ତ କଣାସାଲୁ ଜଙ୍ଗଲରେ ପାଖାପାଖି ପାଞ୍ଚଟି କ୍ୟାମ୍ପରେ କୋଡିଏରୁ ଉର୍ଦ୍ଧ ମାଓବାଦୀ ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ କ୍ୟାମ୍ପରେ ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଫଳରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ମାଓବାଦୀ ମାନେ ଆତ୍ମରକ୍ଷା ପାଇଁ ଛତ୍ରଭଙ୍ଗ ଦେଇଥିଲେ । ଏହି ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲା । ପାଞ୍ଚ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ଜବତ ଜବତ ହୋଇଛି । ଜବତ ସାମଗ୍ରୀରେ ରହିଛି ଗୋଟିଏ ବନ୍ଧୁକ, ୧୩ଟି କ୍ୟାଟ୍ରିଜ, ମଗାଯିନ ପାଉଚ, ରେଡ଼ିଓ, ସୋଲାରପ୍ଲେଟ ଓ ବହୁ ମାଓ ସାମଗ୍ରୀ । ଉକ୍ତ ଅଂଚଳରେ କେକେବିଏନ ମାଓ ସଂଗଠନ କାମ କରୁଥିବା ବେଳେ ଏହି ମାଓ ସଂଗଠନରେ ମମତା ଟିମ ଲିଡର ଥିବା କହିଛନ୍ତି ଆଇଜି ଅମିତାଭ ଠାକୁର । ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ । ସେ ଛତିଶଗଡ଼ ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ଆଇଜି ଠାକୁର । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଉପ ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇଜି ଅପେରସନ ଅମିତାଭ ଠାକୁର, ସିଆରପି ଫ କମାଣ୍ଡାଣ୍ଟ ବି.ଏନ ଝା, ବିଏସଫ କମାଣ୍ଡାଣ୍ଟ ସଂଜୀବ କୁମାର ଝା, କନ୍ଧମାଳ ଏସପି ବିନୀତ ଅଗରୱାଲ, ବାଲିଗୁଡ଼ା ଏସ୍ଡ଼ିପିଓ ଜୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ |

Leave A Reply

Your email address will not be published.