xmas

ବିପୁଳ ସଂଖ୍ୟାରେ ବଜ୍ରକାପ୍ତା କାତି ଜବତ, ଚାରି ଗିରଫ

ଫୁଲବାଣୀ, ୧୨/୧୦: ବୁଧବାର ଫୁଲବାଣୀ ବନ ବିଭାଗ ରେଞ୍ଜ କର୍ମଚାରୀ ବଜ୍ରକାପ୍ତା କାତି ଚୋରା ଚାଲାଣ କରିବା ଲାଗି ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସମ୍ପୃକ୍ତ ଘର ଉପରେ ଚଢ଼ଉକରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଉଦ୍ଧାର କରିବା ସହ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଫୁଲବାଣୀ ଡ଼ି ଏଫ ଓ ପ୍ରଶାନ୍ତ ପଟେଲ କହିଛନ୍ତି l ପ୍ରାୟ ୨ କେଜି ୫୬୬ ଗ୍ରାମ ଓଜନର ୫୬୫ ଗୋଟି କାତି ଜବତ କରାଯାଇଛି l ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ଘୁଗୁଲା ସାହିର ରାଧାକାନ୍ତ ବେହେରା(୫୫ ବର୍ଷ), ରବୀନ୍ଦ୍ର ଗଣ୍ଡା(୭୦ ବର୍ଷ), ବୌଦ୍ଧ ଜିଲ୍ଲା ଆଡ଼ି ନିଗଡ଼ ଅଞ୍ଚଳର ପ୍ରକାଶ ସାହୁ (୩୦ବର୍ଷ) ଓ ବୌଦ୍ଧ ଜିଲ୍ଲା ମାଧପୁର ଅଞ୍ଚଳର ସୁଶାନ୍ତ କୁମାର ବେହେରା (୨୬ ବର୍ଷ) ବୋଲି ଡ଼ିଏଫଓ ପଟେଲ କହିଛନ୍ତି l ଏ ସମ୍ପର୍କରେ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ୯୧/୨୨ରେ ମାମଲା ରୁଜୁ କରାଯାଇଥିବା କଥା ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l ଚଢ଼ାଉ ବେଳେ ରେଞ୍ଜର ସେଠିଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଡ଼ିଏଫଓ ତଥା ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜ୍ଞାନ କୌଶଳରେ କର୍ମଚାରୀମାନେ ଚଢ଼ାଉ କରି ବଜ୍ରକାପ୍ତା କାତି ଜବତ କରିବାରେ ସଫଳ ହୋଇଥିଲେ l

Leave A Reply

Your email address will not be published.