mobile header

ହୋଟେଲ ମହେଶ୍ଵରୀ ଇନରୁ ୨୦କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ଜଣେ ଗିରଫ

ମାଲକାନଗିରି, ୧୪।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ହୋଟେଲ ମହେଶ୍ଵରୀ ଇନରୁ ୨୦କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ଜଣେ ଗିରଫ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ହୋଟେଲ ମହେଶ୍ଵରୀ ଇନରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ଆସି ରୁମ ନମ୍ବର ୨୦୬ରେ ରହୁଥିବା ସହ ନିଜ ନିକଟରେ ଗଞ୍ଜେଇ ରଖିଥିବା ନେଇ ମାଲକାନଗିରି ପୋଲିସ ସୂଚନା ପାଇଥିଲା । ଏହାପରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦେଶ କ୍ରମେ ଏସଆଇ ପ୍ରଭାତ ଗୌଡଙ୍କ ନେତୃତ୍ଵରେ ଏକ ଟିମ ଚଢଉ କରିଥିଲେ । ଏହି ଚଢଉରେ ପୋଲିସ ରୁମ ନମ୍ବର ୨୦୬ରେ ଯାଞ୍ଚ କରିଥିବା ବେଳେ ୨୦କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ସେହି ରୁମରେ ଥିବା ରାହୁଲ ଚକ୍ରବର୍ତୀଙ୍କୁ ଗିରଫ କରିଥିଲେ । ରାହୁଲଙ୍କ ଘର ମାଲକାନଗିରି ଜିଲ୍ଲା ଏମ୍ଭିଏ ୨୬ରେ ହୋଇଥିବା ବେଳେ ଏନେଇ ପୋଲିସ ମାମଲା ନମ୍ବର ୬୧୪/୨୨ରେ ଏକ ମାମଲା ରୁଜୁ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.