ଏମଭି-୧୩ ଗ୍ରାମରେ ଅଜଗର ଉଦ୍ଧାର

ମାଲକାନଗିରି,୧୪/୧୦ ମାଲକାନଗିରି ନିକଟସ୍ଥ ଏମଭି-୧୩ ଗ୍ରାମରେ ଏକ ବିରାଟ ଅଜଗରକୁ ଉଦ୍ଧାର କରାଯାଇଛି। ଏମଭି-୧୩ ଗ୍ରାମର ମଣ୍ଟୁ ଦାସଙ୍କ ଘରେ ଆଜି ସକାଳେ ଏକ ଅଜଗର କୁକୁଡା ଖାଇବା ଉଦେଶ୍ୟରେ ପଶି ଆସିଥିଲା। ତେବେ ପରିବାର ଲୋକେ ଏତେ ବଡ ଅଜଗରକୁ ଦେଖି ଆତଙ୍କିତ ହୋଇପଡିଥିଲେ। ତୁରନ୍ତ ସ୍ନେକ ହେଲପ ଲାଇନର ସ୍ନେହାଶିଷଙ୍କୁ ଖବର ଦେଇଥିଲେ। ସ୍ନେହାଶିଷ ତୁରନ୍ତ ଏମଭି-୧୩ ଗ୍ରାମରେ ପହଞ୍ଚି ଅଜଗରକୁ ଅତି ସତର୍କତାର ସହ ଉଦ୍ଧାର କରିଥିଲେ। ତେବେ ଅଜଗର କାହାକୁ କୌଣସି କ୍ଷତି ପହଞ୍ଚାଇନଥିବା ବେଳେ ଅଜଗରକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଅଜଗର ପ୍ରାୟ ୯ ଫୁଟ ଥିବା ବେଳେ ୨୦ କିଲୋରୁ ଉର୍ଦ୍ଧ୍ବ ରହିଥିବା କୁହାଯାଇଛି। ଜଂଗଲରେ ଖାଦ୍ୟର ଅଭାବ ହେତୁ ଏହି ଜଂଗଲି ସାପ ଗାଁ ଏବଂ ସହର ମୁହାଁ ହେଉଛନ୍ତି। ଗାଁରେ ପଶି କୁକୁଡା ଖାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନାହାନ୍ତି। ବର୍ଷା ଦିନେ ପ୍ରାୟତଃ ଜଂଗଲରୁ ସାପ ସହ ଜଂଗଲି ଜନ୍ତୁ ଗାଁ ମୁହାଁ ହୋଇଥାନ୍ତି। ମାଲକାନଗିରି ଜଂଗଲରେ ବହୁ ସଂଖ୍ୟାରେ ଅଜଗର ରହିଛନ୍ତି। କେବଳ ଅଜଗର ହିଁ ନୁହେଁ ବିଷାକ୍ତ ସାପ ସାଂଗକୁ କିଙ୍ଗ କୋବ୍ରା ଭଳି ବିରାଟ କାୟ ସାପ ମଧ୍ୟ ରହିଛନ୍ତି। ଆଜି ଅଜଗରକୁ ଧରିବା ପରେ ଜଂଗଲରେ ଛଡାଯାଇଥିବା ଜଣାପଡିଛି।

Leave A Reply

Your email address will not be published.