ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ କରିବାକୁ ପର୍ଯ୍ୟବେକ୍ଷକଙ୍କ ପରାମର୍ଶ

ଫୁଲବାଣୀ, ୧୫/୧୦: କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଯେପରି ଅଧିକ ମଜଭୁତ ଓ କ୍ରିୟାଶୀଳ ହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀମାନେ ନିଷ୍ଠା ଓ ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବଜେଡ଼ିର ଟାଣୁଆ ତଥା ଜଣାଶୁଣା ନେତା ବିଜୟ ନାୟକ ଶନିବାର କନ୍ଧମାଳ ଗସ୍ତରେ ଆସି ଫୁଲବାଣୀଠାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି l ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ଯାଏ ଅଧିକରୁ ଅଧିକ କର୍ମୀ ସୃଷ୍ଟି କରିପାରିଲେ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି କହିଥିଲେ l ସେହିପରି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଗ୍ରାମାଞ୍ଚଳର ଗରିବ ଲୋକେ ଯୋଜନାର ସୁଫଳ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଲୋକଙ୍କ ନିକଟତର ହେବା ସହ ସେମାନଙ୍କ ପ୍ରିୟ ଭାଜନ ହୋଇପାରିଲେ ଦଳ ପ୍ରତି ସମର୍ଥନ ବୃଦ୍ଧି ପାଇବ ଦଳ ମଜଭୁତ ହେବ ବୋଲି କହିଥିଲେ l ସେହିପରି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇ ଛାତ୍ର ଓ ଯୁବ ସଂଗଠନ ଯେପରି ଅଧିକ ଶକ୍ତିଶାଳୀ ହୋଇପାରିବ ସେଥିପ୍ରତି କର୍ମକର୍ତା ମାନେ ଦ୍ରୁଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳ ସଭାପତି, ବିଜୁ ଯୁବ ଜନତା ସଭାପତି, ପୂର୍ବତନ ବିଧାୟକ ତଥା ଯୁବ ନେତା ଦେବେନ୍ଦ୍ର କହଁର, ବିଜେଡି ନେତା ତଥା ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ ପ୍ରମୂଖ ଯୋଗ ଦେଇ ସଙ୍ଗଠନକୁ ସୁଦୃଢ କରିବା ଦିଗରେ ଶୂଚିନ୍ତିତ ପରାମର୍ଶ ଦେଇଥିଲେ l ସେହିପରି ବିଜୁ ମହିଳା ସଂଗଠନକୁ ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରିବା ନେଇ ସଂଗଠନର କର୍ମକର୍ତାମାନଙ୍କ ସହ ପର୍ଯ୍ୟବେକ୍ଷକ ନାୟକ ଆଲୋଚନା କରି ସୁଚିନ୍ତିତ ଓ ଗଠନ ମୂଳକ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.