xmas

କାଲିମେଳା ଥାନା ପକ୍ଷରୁ ଆମ ପୋଲିସ ସମିତି କାଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ଥାନା ଅଧିକାରୀ ଭବାନୀ ଶଙ୍କର ସାହୁଙ୍କ ନେତୃତ୍ୱରେ ଆଜି କାଲିମେଳା ଥାନା ପରିସର ସଭା ଗୃହରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କାଲିମେଳା ଥାନା ଅଧିକାରୀ ଉପସ୍ଥିତ ହେବା ସହ ଏସ ଆଇ ସଞ୍ଜୟ କୁମାର ପଡା ସେଠି, ଏସ ଆଇ ଦ୍ରୋଣାଚାର୍ଯ୍ୟ ସୁନାନୀ, ଏ ଏସ ଆଇ ପ୍ରମୋଦ ମହାନ୍ତି, ଏ ଏସ ଆଇ ସୁରେଶ ଚନ୍ଦ୍ର ବିଶି ମାଝି ଯୋଗ ଦେଇଥିବା ବେଳେ, କାଲିମେଳା ଥାନା ଅନ୍ତର୍ଗତ ୧୨ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମସ୍ତ ଗ୍ରାମର ମୁଖିଆ, ୱାର୍ଡ ମେମ୍ବର, ଏବଂ ଯୁବ ବର୍ଗର କିଛି ଯୁବକ ମାନଙ୍କୁ ନିମନ୍ତ୍ରଣ କରାଯାଇ, ସମସ୍ତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଥାନା ଅଧିକାରୀଙ୍କ ସମେତ ଉପସ୍ଥିତ ଥିବା ଥାନା କର୍ମଚାରୀ ମାନେ ଆସିଥିବା ସମସ୍ତ ସରପଞ୍ଚ ୱାର୍ଡ ମେମ୍ବର ଏବଂ ଗ୍ରାମର ମୁଖିଆ ଯୁବବର୍ଗମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରାଇଥିଲେ l ଆଜି ଛୋଟ ବଡ଼ ସମସ୍ତଙ୍କ ହାତରେ ସ୍ମାଟ ଫୋନ ସମସ୍ତେ ୱାଟ୍ସଅପ ବେବହାର କରି ବିଭିନ୍ନ ଦୁର୍ନୀତିରେ ଶିକାର ହେବା ସହ ଠକାମୀର ଶିକାର ହେଉଛନ୍ତି ଏମିତି କି ବ୍ୟାଙ୍କ ଏକାଉଣ୍ଟ ଲୁଟେରା ମାନେ ସମସ୍ତ ଅର୍ଥ ଲୁଟି ନେଉଛନ୍ତି, ଏହା ସହ ନିଜ ମୋବାଇଲକୁ ଫୋନ କରି ହାଲୋ ହାଏ କରି ବା ଆରମ୍ଭ କରି ଶେଷରେ ଫସାଇ ପରେ ବ୍ଲାକମେଲ କରି ଅର୍ଥ ହଡପକରିବା ଏହି ପରି ଅନେକ ବିଷୟରେ ଥାନା ଅଧିକାରୀ ସମେତ ଉପସ୍ଥିତ ଥିବା କର୍ମଚାରୀମାନେ ଉପସ୍ଥିତ ଥିବା ପଞ୍ଚାୟତର ଗ୍ରାମ ବାସୀମାନଙ୍କୁ ଅବଗତ କରାଇଥିଲେ l ଯଦି କେହି ଏହିପରି ଠକାମୀର ଶିକାର ହେଉଛନ୍ତି ତୁରନ୍ତ ଥାନାରେ ଅଭିଯୋଗ କରିବା ପାଇଁ ପ୍ରମର୍ଶ ଦିଆଯାଇଥିଲା l

Leave A Reply

Your email address will not be published.