xmas

ନିମ୍ନମାନର ଚାଉଳ ଯୋଗାଣ ଅଭିଯୋଗ

ଫୁଲବାଣୀ ୧୫/୧୦: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ରାଇକିଆ ପଞ୍ଚାୟତର ମାସେଡିକିଆ ଗ୍ରାମବାସୀ ନିମ୍ନ ମାନର ଚାଉଳ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି | ଉକ୍ତ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଗ୍ରାମରେ ୨୦୦ରୁ ଅଧିକ ପରିବାରବାସ କରନ୍ତି । ରାଜ୍ୟ ସରକାର ପ୍ରତି ମାସରେ ହିତାଧିକାରୀମାନଙ୍କୁ ୧ କିଲୋଗ୍ରାମ ଚାଉଳକୁ ୧ ଟଙ୍କା ହିସାବରେ ମୁଣ୍ଡ ପିଛା ୫ କିଲୋଗ୍ରାମର ଚାଉଳ ଯୋଗେଇ ଦେଉଛନ୍ତି କିନ୍ତୁ ଏଥିରେ ପରିବର୍ତ୍ତନ କରି ଗତ ମାସଠାରୁ ସରକାର ମାଣ୍ଡିଆ ଏବଂ ଚାଉଳ ମିଶେଇ ୫ କିଲୋଗ୍ରାମ ଦେଉଛନ୍ତି । ତେବେ ସେହି ମାଣ୍ଡିଆ କଥା କହିଲେ ନ ସରେ। ମାଣ୍ଡିଆରେ ବାଲି, ଗୋଡ଼ି, କୁଣ୍ଡା, ଆଗାଡ଼ି ମିଶି ଆସୁଛି । ଯାହା ଖାଇବା ସମ୍ଭବ ନୁହେଁ ବୋଲି ହିତାଧିକାରି କହିଛନ୍ତି l ଯୋଗାଣ ବିଭାଗ ଦ୍ଵାରା ଦିଆ ଯାଉଥିବା ଅପମିଶ୍ରିତ ମାଣ୍ଡିଆ ଲୋକ ନେବାକୁ ଅମଙ୍ଗ ହେଉଛନ୍ତି l ମାସେଡ଼କିଆ ଅଞ୍ଚଳର ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଦିଆଯାଉଥିବା ଚାଉଳରେ ଗୋଡ଼ି, ମାଣ୍ଡିଆ, ବାଲି ମିଶିଥିବା ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ହିତାଧିକାରୀମାନେ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ଉପରୁ ଯେମିତି ଜିନିଷ ଆସୁଛି ମୁଁ ଦେଉଛି ତେଣୁ ତୁମ ଏହି ଜିନିଷ ନିଲେ ନିଅ ନ ହେଲେ ନାହିଁ ବୋଲି କହୁଛନ୍ତି l ରାଇକିଆ ବ୍ଲକ ଠାରୁ ରାଇକିଆ ପଞ୍ଚାୟତ କେବଳ ଶହେ ମିଟର ଦୂରରେ ଥିବା ସ୍ୱତେ ବର୍ତ୍ତମାନ ସୁଧା ପ୍ରଶାସନର କୌଣସି ନଜର ନ ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଯଦି ରାଇକିଆ ପଞ୍ଚାୟତ ସମିତିର ମୁଖ୍ୟାଳୟରେ ଥିବା ପଞ୍ଚାୟତରେ ଏଭଳି ନିମ୍ନମାନର ଅପମିଶ୍ରିତ ରାସନ ଦିଆଯାଉଛି ତେବେ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳର ପଞ୍ଚାୟତ ଗୁଡିକରେ କଣ ହେଉଥିବ ତାହା ସହଜରେ ଅନୁମେୟ l ବିଡ଼ିଓ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.