ବିଭିନ୍ନ ଦାବି ପୂରଣ ନେଇ ନବ ନିର୍ମାଣ କୃଷକ ସଂଗଠନର ଧାରଣା

ଫୁଲବାଣୀ, ୧୫/୧୦: ଶନିବାର ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା l ବିଶେଷ କରି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସେମାନଙ୍କ ମୁଖ୍ୟ ଦାବି ଥିଲା l ଆବାହକ ଅଶୋକ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ସଂଗଠନର ବହୁ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱାମିତ୍ର ଡିଗାଲ, ଦେବେନ୍ଦ୍ର ବେହେରା, ଉମା ଚରଣ କହଁର, ଗିରିଶ ପଟନାୟକ, ଗୋଲୋକ କହଁର ପ୍ରମୁଖ ଉପସ୍ଥିତ ଥିଲେ l ଅତିଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ କହିଛି l

Leave A Reply

Your email address will not be published.