xmas

ରକ୍ତ ଦେଇ ଜୀବନ ବଞ୍ଚାଇଲେ ରାଜୀବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ ଭି ୯୩ ଗ୍ରାମର ସୁଚିତ୍ରା ଦାସ ନାମକ ଜଣେ କିଡନି ରୋଗରେ ଆକ୍ରାନ୍ତିତ । ତେବେ ସୁଚିତ୍ରାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିସ୍ୟାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଚିକିତ୍ସା ସମୟରେ ସୁଚିତ୍ରାଙ୍କୁ ରକ୍ତର ଆବଶ୍ୟକ ଥିଲା । ସୁଚିତ୍ରାଙ୍କ ପରିବାର ଅନେକ ଲୋକଙ୍କୁ ରକ୍ତ ପାଇଁ ଫୋନ କରିଥିଲେ ମଧ୍ୟ ରକ୍ତ ପାଇନଥିଲେ । ଏହି ସମୟରେ ଯେ ସୁଚିତ୍ରାଙ୍କୁ ରକ୍ତର ଆବଶ୍ୟକତା ଦେଖି ଗଣମାଧ୍ୟମ ପ୍ରତିନିଧି ରାହୁଲ ଗୋଲୋରି ଖବର ଶୁଣିବା ପରେ ତୁରନ୍ତ ଟିମ ଉଇକେନ ଗ୍ରୁପରେ ଏହି ସମସ୍ୟା ସମ୍ବନ୍ଧରେ ଲେଖିଥିଲେ। ତେବେ ଏହି ଗ୍ରୁପର ରାଜୀବ ଭଞ୍ଜ ( ଯୁବ ସ୍ୱେଚ୍ଛାସେବୀ ) ତୁରନ୍ତ ସେହି ମହିଳାଙ୍କୁ ରକ୍ତ ଦେବା ପାଇଁ ଆଗେଇ ଆସି ରକ୍ତ ଦେଲେ। ରକ୍ତ ଦେଇ ସୁଚିତ୍ରାର ଜୀବନ ବଞ୍ଚାଇ ଥିଲେ ରାଜୀବ ତେଣୁ ରାଜୀବ ଭାଇଙ୍କ ସାହାଯ୍ୟ ପାଇଁ ସୁଚିତ୍ରା ଓ ତାଙ୍କ ପରିବାର ଏବଂ ସାମ୍ବାଦିକ ରାହୁଲ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ସହ ଏପରି ମହତ କାର୍ଯ୍ୟ ପାଇଁ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.