xmas

କମଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ବରଗଡ଼ ଶାଖାର ସ୍ୱଚ୍ଛ ସଚେତନତା ଶିବିର

ବରଗଡ: ଗତ ୧୫/୧୦/୨୨ ଦିନ କମଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ବରଗଡ ସ୍ଥିତ ନେହେରୁ ଯୁବା କେନ୍ଦ୍ର ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସମାଜ ସେବା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଯୁବ କେନ୍ଦ୍ରର ରୋଶନ ଟଣ୍ଡନ, ତ୍ରିଲୋଚନ ଶତପଥି, ପରିବେଶବିଦ ସଞ୍ଜୟ ଖମାରି, ବରଗଡ ଜିଲ୍ଲା କ୍ରୀଡା ଅଧିକାରୀ ତୁଷାର କାନ୍ତି ମିଶ୍ର ମହାବିଦ୍ୟାଳୟର ପୂର୍ବତନ ସଭାପତି ପ୍ରବୋଧ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ସ୍ୱଚ୍ଛତା ଏବଂ ସମାଜ ସେବା ଉପରେ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ l ନିଜକୁ ସୁସ୍ଥ ରଖିବା ପାଇଁ କ୍ରୀଡା ଏକ ଉପଯୁକ୍ତ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏତ ବ୍ୟତୀତ ପରିବେଶ ସନ୍ତୁଳନକୁ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତା ମାନେ ପରାମର୍ଶ ଦେଇଥିଲେl ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପୁରୁଷ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ପଟେଲ, ମହିଳା ବିଭାଗ ଅଧିକାରୀ ଡ଼ା ଦୀପିକା କୁମାରୀ, ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ଟୁନି ବେହେରାଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ ଅଦରକାରୀ ପ୍ଲାଷ୍ଟିକ ନଷ୍ଟ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା l ଏହି ଶିବିରରେ ପ୍ରାଧ୍ୟାପକ ହରେକୃଷ୍ଣ ଦେବତା, ରବି ନାରାୟଣ ସାହୁ, ଅରବିନ୍ଦ ଦାଶ, ଶ୍ୟାମ ସୁନ୍ଦର ସାହୁ, ପାର୍ବତୀ ଭୋଇ, ଅନୁପମା ପଣ୍ଡା ତଥା ସମସ୍ତ ଛାତ୍ର ଛାତ୍ରୀମାନେ ଯୋଗଦାନ କରିଥିଲେ l ଏହି ଅବସରରେ ଛାତ୍ରୀ ପ୍ରେରଣା ଖମାରୀ ପରିବେଶ ସ୍ୱଚ୍ଛତା ପାଇଁ ମଣିଷ ହିସାବରେ ଆମର ଦାୟିତ୍ୱ ବିଷୟରେ ମନର ଭାବନାକୁ ପ୍ରକାଶ କରିଥିଲେ l ଶେଷରେ ଡ଼ା ଦୀପିକା କୁମାରୀ ଧନ୍ୟବାଦ ପ୍ରଦାନ କରିଥିଲେ l

Leave A Reply

Your email address will not be published.