xmas

ଅନ୍ଵେଷା ଆବାସିକ ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ଯୁ ଘଟଣାର ତଦନ୍ତ ନିର୍ଦେଶ

ଫୁଲବାଣୀ -୧୬/୧୦ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫୁଲବାଣୀ ସହରରେ ଥିବା ଅନ୍ଵେଷା ହଷ୍ଟେଲରେ ରହି ଇଂରାଜି ମିଡ଼ିୟମ ସ୍କୁଲ ରେ ପାଠ ପଢ଼ୁଥିବା ସପ୍ତମ ଶ୍ରେଣୀ ଛାତ୍ର ସୁମନଜିତ ବଳିୟାରସିଂଙ୍କ ମୃତ୍ଯୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ l ହଷ୍ଟେଲ ଛାତରେ କିଭଳି, କାହିଁକି ଓ କେଉଁ ପରିସ୍ଥିତିରେ, କିପରି ମୃତ୍ଯୁ ଘଟିଲା, ତାର ସ୍ୱାସ୍ଥ୍ୟର ଯତ୍ନ ଓ ଆବଶ୍ୟକ ଚିକିତ୍ସା ଠିକ ଭାବେ ନିଆଯାଉଥିଲା କି ନାହିଁ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ଲାଗି ଜିଲ୍ଲା ଗ୍ରମମଙ୍ଗଳ ଅଧିକାରୀ ଓ ଉପଜ଼ିଲ୍ଲାପାଳ କରିବା ଲାଗି ନିର୍ଦେଶ ଦେଇଥିବା ଜଣାପଡ଼ିଛି l ତେବେ ମୃତ୍ଯୁର ପାଖାପାଖି ମାସେ ବିତିଯାଇଥିଲେ ବି ଦଶହରା ଲାଗି ସ୍କୁଲ ଛୁଟି ଥିବା ଫଳରେ ତଦନ୍ତ କାର୍ଯ୍ୟ ଆଗେଇ ପାରିନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି l ମୃତ ଛାତ୍ରର ଘର ସୁମନଙ୍କ ଘର କୋଟଗଡ଼ ବ୍ଲକର ସିନ୍ଧିଗୁଡା ଗ୍ରାମରେ l ତେବେ ହଷ୍ଟେଲରେ ଗତ ୨୧ତାରିଖ ଦିନ ହଟାତ ସୁମନର ବେକରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଇଥିଲା l ଏ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବା ପରେ ସଙ୍ଗେସଙ୍ଗେ କାଳ ବିଳମ୍ବ ନ କରି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫେର କରିଥିଲେ l ତେବେ ଆମ୍ବୁଲାନ୍ସରେ ନେବା ବାଟରେ ଭଞ୍ଜନଗର ଠାରେ ଅସୁସ୍ଥ ହୋଇପଡିବାରୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମନର ମୃତ୍ଯୁ ଘଟିଥିଲା l ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯିବା ପରେ ପରିବାର ଲୋକେ ଭଞ୍ଜନଗର ପହଞ୍ଚି ସୁମନର ମୃତଦେହ ଗ୍ରହଣ କରିଥିଲେ l ସୁମନର ଚିକିତ୍ସାରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରାଯାଇନଥିବା ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି l ଅନ୍ଵେଷା ହଷ୍ଟେଲରେ ଛାତ୍ର ଛାତ୍ରୀମାନଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରଦାନ ସହ ସ୍ଵଛତା ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ l ଅନ୍ୟ ପକ୍ଷରେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ପୁଅର ମୃତ୍ଯୁ ଘଟିଲା ବୋଲି ମୃତ ସୁମନର ବାପା ସୁକାନ୍ତ ବଳିୟାରସିଂ ଅଭିଯୋଗ କରିଛନ୍ତି l ତେବେ ସୁମନର ପୂର୍ବରୁ ଦେହ ଖରାପ ଥିବ , ଆଉ ଡାକ୍ତରଙ୍କୁ ଦେଖାଇନଥିବେ ନ ହେଲେ, ହଠାତ ଜଣେ ସୁସ୍ଥ ଥିବା ଛୋଟ ପିଲାର ମୃତ୍ଯୁ କାହିଁକି ହେବ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି l ଛାତ୍ର ମୃତ୍ଯୁ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ସହ ସେମାନେ ଯେପରି ସୁସ୍ଥ ରହିବେ ସେଥିପ୍ରତି ହଷ୍ଟେଲ କର୍ତ୍ତୃପକ୍ଷ ଯତ୍ନବାନ ହେବା ଜରୁରୀ l

Leave A Reply

Your email address will not be published.