xmas

ମୋତିଆ ବିନ୍ଦୁ ଅପରେସନ ସଫଳ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ

ନୂଆଦିଲ୍ଲୀ: ମୋତିଆବିନ୍ଦୁ ଅପରେସନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ରବିବାର ଦିଲ୍ଲୀ ଆର୍ମି ହସ୍‌ପିଟାଲ୍‌ରେ ମୋତିଆବିନ୍ଦୁ ଅପରେସନ ହୋଇଛି। ଏନେଇ ରାଷ୍ଟ୍ରପତିଭବନ ପ୍ରବକ୍ତା ସୂଚନା ଦେଇଛନ୍ତି।

ତେବେ ରାଷ୍ଟ୍ରପତିଙ୍କର ସର୍ଜରି ସଫଳ ହୋଇଛି। ସର୍ଜରି ସରିବା ପରେ ତାଙ୍କୁ ଡାକ୍ତରକାନାରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି।

ଓଡ଼ିଶା ମୟୂରଭଞ୍ଜର ୬୪ ବର୍ଷୀୟ ମୁର୍ମୂ ଦେଶରେ ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଜୁଲାଇ ୨୫ ତାରିଖ ୨୦୨୨ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ

Leave A Reply

Your email address will not be published.