xmas

କୋଟପାଡ଼ରେ ଯୁବ ବିଜେଡିର ରାସ୍ତାରୋକ, ଶହ-ଶହ ଗାଡ଼ି ଅଟକ

କୋଟପାଡ: କୋଟପାଡର ମୁକୁଟ ଦିୱାନ୍ମୁମୁଣ୍ଡା ପୋଖରୀର ପୁନରୁଦ୍ଧାର ଏବଂ ଜାତୀୟ ରାଜପଥର ଦୁଇ କଡ଼ରେ ସ୍ଥାୟୀ ପକ୍କା ନାଳ ତିଆରି ଦାବିରେ ଆଜି ବିଜୁ ଜନତା ଦଳର ବରିଷ୍ଠ ନେତା ସୁଧୀର ମହାନ୍ତିଙ୍କ ନେତୃତ୍ୱରେ ବିଜୁ ଯୁବ ବାହିନୀର ଯୁବ-ଛାତ୍ର ନେତା କିରଣ ପଟ୍ଟନାୟକ, ପ୍ରଦୀପ ନାୟକ, ଅମିର ମାଦଳା, ଭିକି ବିଶୋଇ, ଏମ ଡି ଆବୁ, ବିକ୍ରମ ମାଝୀ, ଶ୍ରୀମନ୍ତ ପଣ୍ଡା, ଶିବ ପଟ୍ଟନାୟକ, ତପନ ପଟ୍ଟନାୟକ, ବରିଷ୍ଟ ବିଜେଡି ନେତା ସୁଶାନ୍ତ ବକ୍ସି, ବୁଲୁ ବକ୍ସି, ଗୋପାଳ ଲାଲ, ଛାତ୍ର ନେତା ଓମ୍ ପ୍ରକାଶ ଦାସ, ଅଧ୍ୟକ୍ଷ ଏମ ଶଙ୍କର ରାଓ, ଶଙ୍କର ପଣ୍ଡା, ଗଣେଶ ପଣ୍ଡା, ବାବୁଲି ନାୟକ, ଏମ ଡି ୟୁସୁଫ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏବଂ ବିଜେଡି ନେତା ପ୍ରଶାନ୍ତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ରାସ୍ତାରୋକ ବେଳେ ଜାତୀୟ ରାଜପଥର ଯନ୍ତ୍ରୀ ଉପସ୍ଥିତ ରହି ଆଗାମୀ ୧୫ ଦିନରେ ୯୫ ଲକ୍ଷ୍ୟ ଟଙ୍କାର ଟେଣ୍ଡର ହେବ ବୋଲି କହିଥିଲେ। ଏନ୍ ଏ ସି ତରଫରୁ ଯନ୍ତ୍ରୀ ସୁଧୀର ନନ୍ଦୀ ଉପସ୍ଥିତ ଥିଲେ। ଆଇନ ଶ୍ରୁଙ୍ଖଲା ପାଇଁ ଆଇଆଇସି ଶେଷଦେବ ବେହେରାଙ୍କ ସହ ୨ ଜଣ ସବ୍ଇନିସପେଟରୁ ଓ ଅନ୍ୟାନ୍ୟ ପୋଲିସ ଅଫିସର ଉପସ୍ଥିତ ଥିଲେ।

Leave A Reply

Your email address will not be published.