xmas

ବିଧାୟକଙ୍କ ଦେହାନ୍ତ ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ଘୋଷଣା ଦାବି ଚର୍ଚ୍ଚା ଜୋର ଧରୁଛି

ବରଗଡ଼ – ବରଗଡ଼ ଜିଲ୍ଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପୁଣି ଉଠିଲା ଜିଲ୍ଲା ଦାବି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ପାଇଁ ଅଚଳବାସୀ ପୂର୍ବରୁ ବହୁବାର ଦାବି ଉଠାଇଛନ୍ତି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜିଲ୍ଲା ଦାବି ଯୋରଦାର ହୋଇଥିଲା ସେ ସମୟରେ ବଡ଼ ଧରଣର ଆନ୍ଦୋଳନ, ଜଳାପୋଡା, ବନ୍ଦ ପାଳନ ପ୍ରଭୃତି ଜନ ଅସନ୍ତୋଷ ସୃଷ୍ଟି ସୋଇଥିଲା ହେଲେ ତଥାପି ମଧ୍ୟ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯାଇପାରି ନଥିଲା ଶେଷରେ ବରଗଡ଼ ଜିଲ୍ଲା ଘୋଷଣା ହେବା ପରେ ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲାର ଉପଖଣ୍ଡ ଭାବରେ ରହିଲା । ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ମଝିରେ ମଝିରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ରହିଛି। ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ହେବା ପରେ ଏବେ ପଦ୍ମପୁର ଉପଖଣ୍ଡରେ ବାଇ ଇଲେକ୍ସନ ହେବାର ସମ୍ଭାବନା ଥିବାରୁ ପୁଣିଥରେ ନିର୍ବାଚନର ସୁଯୋଗରେ ଉପଖଣ୍ଡର ଭୋଟର ଆଶାବାଦୀ ଅଛନ୍ତି। ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହୋଇଥିଲା ଓ ସେଥିରେ ସରକାର ବିଜେପୁରକୁ ଏନ ଏ ସି ଘୋଷଣା କରିଥିଲେ। ତାକୁ ଅନୁସରଣ କରି ପଦ୍ମପୁର ଉପଖଣ୍ଡରେ ଜନସାଧାରଣ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ପାଇଁ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି। ଆଗକୁ ସରକାର କିଭଳି ପଦ୍ମପୁର ଉପନିର୍ବାଚନକୁ ମୁକାବିଲା କରିବେ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

Leave A Reply

Your email address will not be published.