xmas

ଗଞେଇ ଜବତ, ଦୁଇ ଗିରଫ

ମାଲକାନଗିରି: ଚିତ୍ରକୋଣ୍ଡା ଥାନା ପୋଲିସ ପାଟ୍ରୋଲିଂ ସମୟରେ ଏକ କାରରୁ ୧୦୯ କେଜି ୧୦୦ ଗ୍ରାମ ଗଞ୍ଜେଇ ସହ ୫୨ ହଜାର ୨୯୦ ଟଙ୍କା ଜବତ କରିଛି। ଏଥିସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଥନ୍ତ୍ରୀପୁଟ ଗ୍ରାମର ବଳରାମ ଧାଡ଼ିଆ (୨୩) ଓ ଆନ୍ଧ୍ରପ୍ରଦେଶ ଆଲୁର ସୀତା ରମାୟାରାଜୁ ଜିଲ୍ଲା ଡୋକରି ଥାନା ଅଞ୍ଚଳର କୋରା ମାନୟାର (୩୦)।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସଆଇ ବିଜୟ କୁମାର ମାଢ଼ିଙ୍କ ନେତୃତ୍ୱରେ ପୋଲିସ ସଦଳ ବଳ, ମନ୍ତ୍ରୀପୁଟ, ସ୍ପିଲ ୱେ ଏବଂ ଟନେଲ କ୍ୟାମ୍ପ ଅଞ୍ଚଳରେ ଶନିବାର ରାତିରେ ପାଟ୍ରୋଲିଂ କରୁଥିଲେ । ସେହି ରାସ୍ତାରେ ଗୋଟିଏ ସିଲଭର ରଙ୍ଗ ହ୍ୟୁଣ୍ଡାଇ ଭର୍ନା କାର ଦ୍ରୁତଗତିରେ ଯାଉଥିବାର ଦେଖି ଗୋଡ଼ାଇ ଧରିଥିଲେ। କାରଟି ଯାଞ୍ଚ ଲାରିବରୁ କାର ଭିତରେ ପ୍ଲାଷ୍ଟିକ ଜରି ବ୍ୟାଗରେ ଗଞ୍ଜେଇ ଥିବାର ଦେଖିଲେ।

କାରର ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ଗାଡି ଛାଡି ଜଙ୍ଗଲକୁ ଦୌଡ଼ି ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇପାରିଥିଲା । ସେମାନେ ୧୦୯ କିଲୋଗ୍ରାମ ଏବଂ ୧୦୦ ଗ୍ରାମ ଗଞ୍ଜେଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ ପାଇଁ ନେଉଥିଲେ ।

Leave A Reply

Your email address will not be published.